ନିଶ୍ଚିନ୍ତକୋଇଲି, ୦୯/୦୯/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା )- ପଦ୍ମବନ ପୀଠ ନେମାଳ ର ମାଲିଗାଁ ଠାରେ ପୁରୁଷୋତ୍ତମ ଦେବ ଙ୍କ ପ୍ରତିଷ୍ଠା ଉତ୍ସବ ବୁଧବାର ପବିତ୍ର ସୁନିଆଁ ଦିନଅନୁଷ୍ଠିତ ହୋଇଯାଇଛି । ଵିଧି ପୂର୍ବକ ସମସ୍ତ ପୂଜାର୍ଚନା ପଣ୍ଡିତ ଅଜୟ ମିଶ୍ର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା । ସଂକୀର୍ତନ ମଣ୍ଡଳୀ ଦ୍ୱାରା ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏହି ଆଧ୍ୟାତ୍ମିକ କାର୍ୟ୍ୟକ୍ରମ ରେ ଦେବରାଳ ମଠ ମହନ୍ତ ମନୋଜ ଦାସ, ହୃଷିକେଶ ପୂଜାରୀ, ମୀନକେତନ ଦାସ ସହାୟତା କରିଥିଲେ ।
ରତ୍ନାକର ବାରିକ ଓ ତେଜସ୍ୱିନୀ ବାରିକ ଏହାର କର୍ତ୍ତା ଓ କାର୍ତ୍ରୀ ରହିଥିଲେ । ଏହି ଉତ୍ସବ ରେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କର ସମସ୍ତ ସେବକ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର