Wednesday , May 31 2023
Breaking News
Home / ସ୍ୱାସ୍ଥ୍ୟ / ଡାକ୍ତର ଙ୍କ ଡେପୁଟେସନ ବାତିଲ ଦାବି କଲା ଜୁନାଗଡ଼ ସାମ୍ବାଦିକ ସଂଘ

ଡାକ୍ତର ଙ୍କ ଡେପୁଟେସନ ବାତିଲ ଦାବି କଲା ଜୁନାଗଡ଼ ସାମ୍ବାଦିକ ସଂଘ

 ଜୁନାଗଡ଼ ୦୯/୦୯/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ  )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଅଭାବ ସ୍ବତ୍ତେ କାର୍ଯ୍ୟରତ ଥିବା ଡାକ୍ତର ଡ଼. ପ୍ରହଲ୍ଲାଦ ନାଏକ ଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ରୁ ଧର୍ମଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଡେପୁଟେସନ ରେ ପଠେଇ ଥିବାରୁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଜୁନାଗଡ଼ ସାମ୍ବାଦିକ ସଂଘ ତରଫରୁ ଡ଼. ନାଏକ ଙ୍କ ଡେପୁଟେସନ ଅର୍ଡର ବାତିଲ କରାଯିବା ପାଇଁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ଭଗବାନ ପଣ୍ଡା ଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଏକ ଦାବି ପତ୍ର ଦିଆଯାଇଛି । ସୂଚନା ଯୋଗ୍ୟ ଯେ ଡ଼. ପ୍ରହଲ୍ଲାଦ ନାଏକ ଏନେଷ୍ଟେସିଆ ଟ୍ରେନିଙ୍ଗ ନେଇ ଜୁନାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଥିବା ସହ ମହିଳା ମାନଙ୍କ ପ୍ରସବ ସମୟ ରେ ହେଉଥିବା ଅସ୍ତ୍ରୋପଚାର ସମୟ ରେ ନିଶ୍ଚେତକ ବିଶେଷଜ୍ଞ ଭାବେ ପ୍ରମୁଖ ଭୂମିକା ନିଭାଉଛନ୍ତି । ଏପରିକି ବିଭିନ୍ନ ସମୟ ରେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଥିଲେ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଭବାନୀପାଟଣା କିମ୍ବା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଧର୍ମଗଡ଼ ରେ ଗର୍ଭବତୀ ମହିଳା ଙ୍କ ପ୍ରସବ ସମୟ ରେ ଅସ୍ତ୍ରୋପଚାର ପାଇଁ ନିଶ୍ଚେତକ ବିଶେଷଜ୍ଞ ଦରକାର ପଡିଲେ ତତକ୍ଷଣ।ତ ଯାଇ ସେବା ଯୋଗାଇ ଆସୁଛନ୍ତି କିନ୍ତୁ ବର୍ତମାନ ତାଙ୍କୁ ଅଚାନକ ଭାବେ ଡେପୁଟେସନ ରେ ପଠେଇବା ସହ ଧର୍ମଗଡ଼ ରେ ରହିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିର୍ଦେଶ ଦେଇଥିବା ରୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜଣେ ଡାକ୍ତର ହରେଇବ ଏଣୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଡେପୁଟେସନ ଅର୍ଡର ବାତିଲ ନ କଲେ ଆଗାମୀ ଦିନରେ ଜୁନାଗଡ଼ ବାସୀ ଓ ଜୁନାଗଡ଼ ସାମ୍ବାଦିକ ସଂଘ ଆନ୍ଦୋଳନ କୁ ଓ଼ଲ୍ଳେଇବ ବୋଲି ଚେତାବନୀ ଦେଇଛନ୍ତି  । ଓଡ଼ିଶା ସମାଚାର

Leave a Reply

Your email address will not be published.