Thursday , June 1 2023
Breaking News
Home / ବିଶେଷ / ଗଣେଶ ମୂର୍ତ୍ତୀ ବିସର୍ଜନ ଦୁଲୁକିଲା ନିରାକାରପୁର

ଗଣେଶ ମୂର୍ତ୍ତୀ ବିସର୍ଜନ ଦୁଲୁକିଲା ନିରାକାରପୁର

ନିରାକାରପୁର, ୦୯/୦୯/୨୦୨୨(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳର ବିଭିନ୍ନ ଜାଗାରେ ଅନୁଷ୍ଠିତ ହୋଇଥିବା ଗଣେଶ ପୂଜା ମଣ୍ଡପରେ ଆଜି ବଡ଼ ଧୁମଧାମରେ ଗଣେଶ ମୂର୍ତ୍ତୀ ଙ୍କ ବିସର୍ଜନ ହୋଇଯାଇଛି। ନିରାକାରପୁର ନାରେନ୍ଦ୍ରପୂର୍ ସାହି, ପାଣ୍ଡବ ପାଟଣା, ନନପଡା ଆଦି ସାହିରେ ଅନୁଷ୍ଠିତ ଗଣେଶ  ପୂଜା ମଣ୍ଡପରୁ ଗଜାନନ ଙ୍କ ପ୍ରତିମୂର୍ତ୍ତି କୁ ବିଭିନ୍ନ ନାଚଗୀତ, ବାଜା ମଧ୍ୟରେ ନଗର ପରିକ୍ରମା କରାଯାଇ ନଦୀରେ ବିସର୍ଜନ କରାଯାଇଛି। ଡି ଜେ ଶବ୍ଦରେ ବଜାର ଘାଟ ପ୍ରକମ୍ପିତ ହୋଇଥିଲା। ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ପୋଲିସ ପ୍ରଶାସନ ସହଯୋଗ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.