Thursday , September 29 2022
Home / କ୍ରୀଡ଼ା / କଟକ ଜିଲ୍ଲା ଟାଇକୋଣ୍ଡୋ ଚମ୍ପିୟାନସିପରେ ଏ.କେ.ବିଦ୍ୟାମନ୍ଦିର ଟାଇକୋଣ୍ଡୋ ଏକାଡେମି ଉପ ବିଜେତା

କଟକ ଜିଲ୍ଲା ଟାଇକୋଣ୍ଡୋ ଚମ୍ପିୟାନସିପରେ ଏ.କେ.ବିଦ୍ୟାମନ୍ଦିର ଟାଇକୋଣ୍ଡୋ ଏକାଡେମି ଉପ ବିଜେତା

 କଟକ ୦୯/୦୯/୨୦୨୨(ଓଡ଼ିଶା ସମାଚାର)- କଟକ ଜିଲ୍ଲା ଟାଇକୋଣ୍ଡୋ ଆସୋସିଏସନର ଜିଲ୍ଲାସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ସେପ୍ଟେମ୍ବର ୨ ରୁ ୪ ତିନିଦିନ ଧରି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ,କଟକ ଠାରେ ଅନୁଷ୍ଠିତ ହୋଇଯାଇଛି ।ଆସୋସିଏସନ ତରଫରୁ ଗ୍ରାଣ୍ଡ ମାଷ୍ଟର ଗୋପାଳ ଚନ୍ଦ୍ର ରାଏ ଙ୍କ ତତ୍ତ୍ୱାବଧାନରେ  ୧୦ଟି ଦଳରୁ ପ୍ରାୟ ୫୦୦ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। କଟକର ୪୨ ମୌଜ଼ା ସ୍ଥିତ ଏ.କେ.ବିଦ୍ୟାମନ୍ଦିର ତରଫରୁ ୩୦ ଜଣ  ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ  ପ୍ରାୟ ସମସ୍ତ ଛାତ୍ର ଛାତ୍ରୀ ବ୍ରୋଞ୍ଚ,ରୌପ୍ୟ ଓ ସ୍ଵର୍ଣ୍ଣ ପଦକ ହାସଲ  କରି ଜିଲ୍ଲା ଚମ୍ପିୟାନସିପରେ ଉପ ବିଜେତା ହୋଇ ଟ୍ରଫି ହାସଲ କରିଛନ୍ତି । ଯେଉଁ ପିଲାମାନେ ଏହି ଟୁର୍ଣ୍ଣାମେଣ୍ଟରେ ସ୍ଵର୍ଣ୍ଣ ପଦକ ପାଇଛନ୍ତି,  ସେମାନେ ଆଗକୁ  ଆସୁଥିବା ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ପ୍ରଶିକ୍ଷ୍ୟକ ଆର୍ୟ୍ୟନ ଚୌଧୁରୀ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲା ପରିଚାଳନା କମିଟି ଚେୟାରମ୍ୟାନ ଶ୍ରୀ ମନମୋହନ ଭଞ୍ଜ ସମସ୍ତ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏ.କେ.ବିଦ୍ୟା ମନ୍ଦିର ବିଦ୍ୟାଳୟର  ମାର୍ଗଦର୍ଶକ ପ୍ରଫେସର ଅନିରୁଦ୍ଧ କୁମାର ଖିଲାର,ଡ.ଚନ୍ଦନା  ବେହେରା ଓ ପ୍ରଶାସକ ଶ୍ରୀ କ୍ଷେତ୍ର ମୋହନ  ସେନାପତି ସମସ୍ତ  ପିଲା ମାନଙ୍କୁ ସେମାନଙ୍କ କୃତିତ୍ୱ ପାଇଁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published.