Wednesday , May 31 2023
Home / ବିଶେଷ / ସାମାନ୍ୟ ବଚସାକୁ ନେଇ ହତ୍ୟା କାଣ୍ଡ , ସାଙ୍ଗ ସାଜିଲା ହନ୍ତାକାରୀ

ସାମାନ୍ୟ ବଚସାକୁ ନେଇ ହତ୍ୟା କାଣ୍ଡ , ସାଙ୍ଗ ସାଜିଲା ହନ୍ତାକାରୀ

ଦେବଗଡ଼ ୦୮/୦୯/୨୦୨୨(ଓଡ଼ିଶା ସମାଚାର)- ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଗୋହିଡା ଗ୍ରାମର ରଞ୍ଜିତ ନାୟକ (୨୬) ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଗତକାଲି ରାତିରେ ରଞ୍ଜିତ ଘର ବାହାରେ ଶୋଇଥିବା ବେଳେ ତାଙ୍କୁ ପ୍ରଭାତ କୁମୁରା (୩୪) ବୋଲି ଜଣେ ବ୍ୟକ୍ତି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପ୍ରଭାତ ଗତକାଲି ରଞ୍ଜିତଙ୍କ ବାପା ବାଙ୍ଗୁରୁ ନାୟକଙ୍କ ସହ ପାଟିତୁଣ୍ଡ କରିଥିଲା । ରଞ୍ଜିତ ଏହାକୁ ବିରୋଧ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇପଡି ପ୍ରଭାତ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି । ଘଟଣାସ୍ଥଳରେ ରଞ୍ଜିତଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକ କୁଣ୍ଢେଇଗୋଳା ଥାନା ପୁଲିସକୁ ଏନେଇ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ହତ୍ୟାକାରୀ ପ୍ରଭାତକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହାର ହୋଇଥିବା ଟାଙ୍ଗିଆକୁ ଜବତ କରିଛି । ଆଜି ସକାଳୁ ସାଇଣ୍ଟିଫିକ ଟିମ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ, ଗୋଇଡା ଗ୍ରାମର ବାଙ୍ଗୁରୁ ନାୟକଙ୍କ ପୁତ୍ର ରଣଜିତ ନିୟକ (୨୬) ଓ ଅରକ୍ଷିତ କୁମୁରାଙ୍କ ପୁଅ ପ୍ରଭାତ କୁମୁରା (୩୪) ଦୁଇ ସାଙ୍ଗ। ବୁଧବାର ସନ୍ଧ୍ୟାରେ ଦୁଇ ସାଙ୍ଗ ଏକାଠି ମଦ୍ୟପାନ କରିଥିଲେ।କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ରାଗରେ ପ୍ରଭାତ ରଣଜିତର ପିତା ବାଙ୍ଗୁରୁଙ୍କ ତଣ୍ଟି ଚିପି ଦେଇଥିଲା। ରଣଜିତ ପ୍ରତିବାଦ କରିବାରୁ ପ୍ରଭାତ ଘରକୁ ପଳାଇଥିଲା। ଖାଇ ସାରି ରାତିରେ ସମସ୍ତେ ଶୋଇଥିଲେ। ମାତ୍ର ଉତ୍ୟକ୍ତ ଅବସ୍ଥାରେ ଥିବା ପ୍ରଭାତ ରାଗ ଗରଗର ହୋଇ ପ୍ରତିଶୋଧ ନେବା ପାଇଁ ରାତି ୧୦ ଟାରେ ରଣଜିତ ଏକ ଟାଙ୍ଗିଆରେ ହତ୍ୟା କରିଥିଲା।ଖବର ଖଇରପାଲି ଫାଣ୍ଡି ଅଧିକାରୀ ଗୋପବନ୍ଧୁ ବେହେରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ।ହତ୍ୟାକାରୀ ଅଭିଯୁକ୍ତ ପ୍ରଭାତକୁ ଗିରଫ କରାଯାଇଛି। ଗୁରୁବାର ଦେବଗଡ଼ ଏସ୍.ଡି.ପି.ଓ ପ୍ରତ୍ୟୁଷ କୁମାର ମହାପାତ୍ର ପହଞ୍ଚି ତଦନ୍ତ ର ତଦାରଖ କରିଛନ୍ତି।

Leave a Reply

Your email address will not be published.