ନିରାକାରପୁର, ୦୮/୦୯/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ନିରାକାରପୁର ଅନ୍ତର୍ଗତ ପୁରୀ-ନୂଆ ଜଗନ୍ନାଥ ସଡକ ଲେଣ୍ଡୋ କାଜ ନିକଟରେ ଏକ ଫର୍ଡ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ନୁଆ ଜଗନ୍ନାଥ ସଡକ ରାସ୍ତା ଉପରୁ ବିଲକୁ ଖସିଲା କାର। ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି ଗୋଟିଏ ପରିବାରର ୫ଜଣ ଜଣ ସଦସ୍ୟ।ଘଟଣାରୁ ଜଣାପଡିଛି ଯେ କଲିକତା ର ଗୋଟିଏ ପରିଵାର ସଦସ୍ୟ ଓଡିଶା ବୁଲିବାକୁ ଆସିଥିଲେ। ଆଜି କାରରେ ୫ଜଣ ସଦସ୍ୟ ମଧ୍ୟାହ୍ନରେ ପୁରୀରୁ ନିରାକାରପୁର ଆସୁଥିବା ବେଳେ ଲେଣ୍ଡୋ କାଜ ବ୍ରିଜ ପାରହୋଇ ଆସୁଥିବା ବେଳେ କାର ଟି ଭାରସାମ୍ୟ ହରାଇ ଧାନ ବିଲକୁ ଓଲଟି ପଡିଥିଲା। ସୌଭାଗ୍ୟ ବଶତଃ କାହାର କିଛି କ୍ଷତି ହୋଇନଥିଲା ବେଳେ ସମସ୍ତେ ସାମାନ୍ୟ ଆହତ ହୋଇଛନ୍ତି।ପରେ ସ୍ଥାନୀୟ ଲୋକେ ପହଞ୍ଚି କାର ମଧ୍ୟରୁ ଲୋକ ମାନଙ୍କୁ ଉଦ୍ଧାର କରି କାରଟିକୁ ରାସ୍ତା ଉପରକୁ ଉଠାଇଛନ୍ତି। ଓଡ଼ିଶା ସମାଚାର