Thursday , June 1 2023
Breaking News
Home / ବିଶେଷ / ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣଘଟଣା ରେ କର୍ପୋରେଟର ଙ୍କ ସମେତ ୪ ଗିରଫ

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣଘଟଣା ରେ କର୍ପୋରେଟର ଙ୍କ ସମେତ ୪ ଗିରଫ

ବ୍ରହ୍ମପୁର ୦୭/୦୯/୨୦୨୨(ଓଡ଼ିଶା ସମାଚାର)- ପୂର୍ବ ଶତୃତାକୁ ନେଇ ବିଜିପୁର ନିକଟରେ ଅରୁ ମହାରଣା ନାମକ ଜଣେ ଯୁବକ ଙ୍କୁ ସ୍ୱାଧିନ କର୍ପୋରେଟର ନରସିଂହ ସେଠୀଙ୍କ ସମେତ ୪ ଜଣ ଯୁବକ ସଂଘବଦ୍ଧ ଆକ୍ରମଣ କରିବା ଫଳରେ ଅରୁ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ର ତଦନ୍ତ କରି ସ୍ଥାନୀୟ ସ୍ୱାଧିନ କର୍ପୋରେଟର ନରସିଂହ ସେଠୀ ଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୧ ଟା ବେଳେ ବ୍ରହ୍ମପୁର ବିଜିପୁର ନିକଟରେ ସ୍ଥାନୀୟ କର୍ପୋରେଟର ଙ୍କ ସମେତ ୪ଜଣରୁ ଅଧିକ ଯୁବକ ଅରୁ ମହାରଣାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ସୂଚନା ।

Leave a Reply

Your email address will not be published.