Wednesday , May 31 2023
Breaking News
Home / ବିଶେଷ / ଭୋଟର ସଚେତନତା ରଥର ଶୁଭାରମ୍ଭ

ଭୋଟର ସଚେତନତା ରଥର ଶୁଭାରମ୍ଭ

ଜଗତସିଂହପୁର,୦୮/୦୯/୨୦୨୨(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଜିଲ୍ଲାପାଳ ପାରୁଲ ପଟୱାରୀ ଭୋଟର ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଭୋଟର ସଚେତନତା ଦୁଇଟି ରଥ ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକ ଓ ୨ଟି ପୌର ପରିଷଦ ଅଞ୍ଚଳ ପରିକ୍ରମା କରି ଜନସାଧାରଣଙ୍କୁ  ସଚେତନ କରାଇବ। ପୂର୍ବରୁ ପଞ୍ଜିକୃତ ସମସ୍ତ ଭୋଟରଙ୍କୁ ନିଜର ଭୋଟର ପରିଚୟପତ୍ର ସହିତ ଆଧାର ନମ୍ବରକୁ ସଂଯୋଗ କରିବା ପାଇଁ ଉତ୍ସାହିତ କରିବ। ଲୋକ ପ୍ରତିନିଧି ଆଇନ୍ ୧୯୫୦ ଧାରା ୨୩ରେ ସଂଶୋଧନ କରାଯାଇ ପ୍ରଚଳିତ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟର ଓ ଭୋଟର ତାଲିକାରେ ନାମ ପଂଜୀକରଣ କରିବାକୁ ଥିବା ଭୋଟର ସେମାନଙ୍କର ଆଧାର ବିବରଣୀ ସ୍ୱେଚ୍ଛାକୃତ ଭାବେ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଡେପୁଟି କଲେକ୍ଟର ନିର୍ବାଚନ ବିନୀତା ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ କଳ୍ପିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.