ସାଲେପୁର,୦୮/୦୯/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ଦୁଇବର୍ଷ ହେବ କୋଭିଡ ପାଇଁ ପୂଜା ଭସାଣି ବନ୍ଦ ଥିବାବେଳେ ଏବର୍ଷ ସରକାର ଅନୁମତି ଦେଇଛନ୍ତି ପୂଜାଭସାଣି ପାଇଁ । ସାଲେପୁର ବ୍ଲକ ଜଗତପୁର ଥାନା ଅଞ୍ଚଳ ର ପୀରବଜାର ଖୁଦୁରୁକୁଣୀ ଭସାଣି କଥା ଗାଁ ଗାଁ ରେ ପ୍ରସିଦ୍ଧ । ଆଜି ବି ବଞ୍ଚି ରହିଛି ଖୁଦୁରୁକୁଣୀ ଓଷା, ଛୋଟ ଝିଅ ମାନେ ଭାଇ ମାନଙ୍କ ଶୁଭ ମନାସୀ ଖୁଦୁରୁକୁଣୀ ଓଷା କରୁଥିଲେ । ଏଠାରେ ଗ୍ରାମର ସ୍ତ୍ରୀ ଲୋକମାନେ ବଡ଼ ଖୁଦୁରୁକୁଣୀ ମେଢ଼ କରି ପିଲାମାନଙ୍କ ଶୁଭ ମନାସୀ ପୂଜାକରିଥାନ୍ତି । ଏହି ମେଢ଼କୁ ବିସର୍ଜନବେଳେ ଗ୍ରାମର ସ୍ତ୍ରୀଲୋକ ମାନେ ପୂଜାଚର୍ନା କରି ସୁସଜିତ କରି ଭସାଣି ପାଇଁ ପଠାଇଥାନ୍ତି । ଅନେକ ମେଢ଼ ଗାଁ ଛାଡିଲା ବେଳେ ମଣିଷ ଦେହରେ ମା ମଙ୍ଗଳା ବିରାଜମାନ ହୋଇଥାନ୍ତି । ଏହି ଭସାଣି ଦୁଇଦିନ ଧରି ଚାଲେ । ପ୍ରଥମ ଦିନଟି ଗାଁ ପରିକ୍ରମା କରି ପିରବଜାର ମେଲଣ ପଡିଆକୁ ଯାଆନ୍ତି । ଦ୍ୱତୀୟଦିନ ମେଢ଼ ନମ୍ବର ଅନୁଯାଇ ଜଣେ ଜଣେ କରି ପଡିଆରୁ ବାହାରି ପାଣିକୁ ବିସର୍ଜନ ପାଇଁ ଯାଆନ୍ତି । ଚଳିତ ବର୍ଷ ଦଶରୁ ଅଧିକ ମେଢ଼ ଦେଖିବାକୁ ମିଳିଥିଲା । ବିଭିନ୍ନ ଜାଗାରୁ ଘଣ୍ଟବାଦ୍ୟ , ସିଙ୍ଗବାଜା , ଏକାଧିକ ମିଉଜିକ ପାଟି ଆସି ମିଉଜିକ ପରିବେଷଣ କରିଥିଲେ । ବିଶେଷ ଆକର୍ଷଣ ରହିଥିଲା ଷଣ୍ଢ ଲଢେଇ ଓ ବୁଢାବୁଢ଼ୀ କଳି ଲୋକ ନୃତ୍ୟ । ଓଡ଼ିଶା ସମାଚାର