ଭୁବନେଶ୍ୱର,୦୮/୦୯/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟର ତିନି ଜଣ ବରିଷ୍ଠ ଭାରତୀୟ ବନ ସେବା (ଆଇଏଫ୍ ଏସ୍ ) ଅଧିକାରୀ ଙ୍କୁ ମିଳିଛି ପଦୋନ୍ନତି। ମିଳିଥିବା ସୂଚନା ଅନୁସାରେ ୧୯୮୯ ବ୍ୟାଚ୍ ର ତିନି ଆଇଏଫ୍ଏସ୍ ଅଧିକାରୀ ଙ୍କୁ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ଭାବେ ପଦୋନ୍ନତି ଦିଆଯାଇଛି। ସଞ୍ଜୀବ କୁମାର ଚଢ଼ା, ସୁଶାନ୍ତ ନନ୍ଦ ଏବଂ ଓମ୍ ପ୍ରକାଶ ସିଂ ପିସିସିଏଫ୍ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି। ଶ୍ରୀ ଚଢ଼ା ସମ୍ପ୍ରତି ସମବାୟ ବିଭାଗର ସଚିବ ଏବଂ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ବନ ବିଭାଗରେ ପରିବେଶ ନିର୍ଦ୍ଦେଶକ ଭାବେ ସୁଶାନ୍ତ ନନ୍ଦ କାର୍ଯ୍ୟ କରୁଛନ୍ତି। ତିନି ଅଧିକାରୀଙ୍କ ପଦୋନ୍ନତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।