ରଘୁନାଥପୁର, ୦୮/୦୯/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥ ପିଠ ର ଉନ୍ନତି କରଣ ପାଇଁ ବୁଧବାର ଜଗତସିଂହପୁର ଜିଲାପାଳ ପାରୁଲ ପଟୱାରୀ ବୁଲି ପରିଦର୍ଶନ କରିଛନ୍ତି । ଏହି କ୍ରମରେ ପୂର୍ବାହ୍ନ ୯ ଟାରେ ଜିଲାପାଳ ମନ୍ଦିର ରେ ପହଂଚିବା ସହିତ ମନ୍ଦିର ପରିସରରେ ଥିବା ଅସୁରକ୍ଷିତ ଭୋଗ ଓ ଦୀପ ଦୋକାନ ଓ ଭୋଗ ତିଆରୀ ହେବା ଘର ଦେଖିଥିଲେ । ଏହି ସମୟରେ ଦୋକାନ ନିଲାମଧାରୀ ଗତ ଲଗାଣ ବର୍ଷାରେ ତାଙ୍କର ବ୍ୟାପକ ଭୋଗ ପାଣିରେ ନଷ୍ଟ ହୋଇ କ୍ଷତି ହୋଇଥିବା ଜିଲାପାଳଙ୍କୁ ଜଣାଇବା ପରେ ଏଥିପାଇଁ ଲିଖିତ ଆବେଦନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ । ସୂଚନା ଯୋଗ୍ୟ କି ଭୋଗ ଓ ଦୀପ ଦୋକାନରେ ପାଣି ଗଳୁଥିବାରୁ ଅନ୍ୟୁନ ୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଭୋଗ ନଷ୍ଟ ହୋଇ ଯାଇଥିଲା । ଏଥିପାଇଁ ମନ୍ଦିର ପରିସରରେ ନୂତନ ଭୋଗ ଓ ଦୀପ ଦୋକାନ ଗୃହ , ଭୋଗ ତିଆରି ଘର , ଗୋଦାମ ଗୃହ ପୁନନିର୍ମାଣ ସହିତ ମନ୍ଦିର ପରିସରରେ ବର୍ଷା ଦିନରେ ଜମି ରହୁଥିବା ପାଣିକୁ ନିସ୍କାସନ ପାଇଁ ଡ଼୍ରେନେଜର ବ୍ୟବସ୍ଥା କରିବା , ପରିସରରେ ଥିବା ପୋଖରୀ ର ପୁନରୁଦ୍ଧାର, ମନ୍ଦିର ରୋଷ ଘରର ପୁନରୁଦ୍ଧାର ସହିତ ଭକ୍ତ , ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ମନ୍ଦିରର ସୌର୍ନ୍ଦର୍ଯ୍ୟକରଣ କରିବା ପାଇଁ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଂଜନ ପରିଜା, ଜଗତସିଂହପୁର ପୂର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସ, ଜଇପୁର ସହକାରୀ ଯନ୍ତ୍ରୀ ବିନୟ କୁମାର ସାହୁ, ଉପଦେଷ୍ଟା ସୁଶାନ୍ତ କୁମାର ଦାସ, ଆଇନଜିବୀ ଜୀବନ ବଲଭ ମହାନ୍ତି , ନିଲାମଧାରୀ ଗୋଲଖ ଚନ୍ଦ୍ର ସାହୁ, କର୍ମଚାରୀ ବିଶ୍ୱନାଥ ମହାନ୍ତି , ସରୋଜ କୁମାର ସାହାଣି ପ୍ରମୁ୍ଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର