Thursday , June 8 2023
Breaking News
Home / ବିଶେଷ / ଗଣେଶ ମେଲଣ ମହୋତ୍ସବ ଉଦଯାପିତ

ଗଣେଶ ମେଲଣ ମହୋତ୍ସବ ଉଦଯାପିତ

ଉହୋତ୍ସବ ଯୁବଗୋଷ୍ଠୀଙ୍କୁ ଏକାଠି କରିବା ସହ ଭାଇଚାରା ସୃଷ୍ଟି କରିଥାଏ – ଏମପି ମହେଶ ସାହୁ

ଭୁବନ,୦୮/୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନ ଯାତ୍ରା ପଡିଆ ଠାରେ ଶ୍ରୀ ଗଣେଶ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗଣେଶ ମେଲଣ ୨୦୨୨ ଉଦଯାପନ ଉତ୍ସବରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବ ଯୁବ ଗୋଷ୍ଠୀଙ୍କୁ ଏକାଠି କରିବା ସହ ଭାଇଚାରା ସୃଷ୍ଟି କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ କାମାକ୍ଷାନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ,ନଗରପାଳ ଶୁଭେନ୍ଦୁ କୁମାର ସାହୁ,  ବିଜେଡି ନେତା ପ୍ରିୟରଂଜନ ମାହୁନ୍ତ ଯୋଗଦେଇ ଗଣେଶ ମେଲଣ ମହୋତ୍ସବକୁ ଭୂୟସୀ ପ୍ରଶଂସା କରିଥିଲେ । ଚଳିତ ବର୍ଷ ମୂର୍ତୀରେ ରୟାଲିୟନ କ୍ଲବ , ସାଜସଜ୍ଜାରେ ଗଣପତି କ୍ଲବକୁ ଶ୍ରେଷ୍ଠ ଭାବେ ପୁରସ୍କୃତ କରାଯାଇଥିଲା । ଫ୍ରେଣ୍ଡସିପ କ୍ଲବ ଆଜ୍ଞାଲଡୁ କୁ ୩୫ ହଜାର ଟଙ୍କାରେ ନିଲାମ ନେଇଥିଲା । ମିଳିତ ଗଣେଶ ପୂଜା କମିଟି ସଂପାଦକ ଜିତେନ୍ଦ୍ର ଦାସ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଉପସଭାପତି ବିନୋଦ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.