Sunday , May 28 2023
Breaking News
Home / ବିଶେଷ / ଗଣେଶ ଭସାଣିରେ ଦୁଲୁକିଲା ଭୁବନ

ଗଣେଶ ଭସାଣିରେ ଦୁଲୁକିଲା ଭୁବନ

ଭୁବନ,୦୮/୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନ ର ପ୍ରସିଦ୍ଧ ଗଣେଶ ପୂଜା ଭସାଣି ଉତ୍ସବ ଶାନ୍ତିଶୃଙ୍ଖଳାରେ ଅନୁଷ୍ଠିତ ହୋଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଦିନ ୧୧ ଘଟିକା ସମୟରେ ମେଲଣ ପଡିଆରୁ ସମସ୍ତ ଗଣେଶ ମୂର୍ତୀ ଭସାଣି ଶୋଭାଯାତ୍ରାରେ ବାହାରି କାଳୀ ବଜାର ,କଲେଜ ରୋଡ ,ଅରବିନ୍ଦ ମାର୍ଗ ଦେଇ ରାମମନ୍ଦିର ନିକଟରୁ କ୍ରମାନ୍ୱୟରେ ଭସାଣି ଯାତ୍ରା ଆରମ୍ଭ ହୋଇଥିଲା । ୧୯ ଟି କ୍ଲବ ଭସାଣିରେ ସାମିଲ ହୋଇ ଲତାବିଲ,ବଉଳଛକ ,ସିନେମାହଲ ଛକ , ଗୋଡି ପୋଖରୀ ଛକ ,ନୂଆବଜାର(ବସଷ୍ଟାଣ୍ଡ) ଦେଇ ସହର ପରିକ୍ରମା କରିଥିଲେ । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକନୃତ୍ୟ ,ଆଦିବାସୀ ନୃତ୍ୟ ,ପାରମ୍ପରିକ ଲୋକକଳା ,ବାଜା ସାଙ୍ଗକୁ ମ୍ୟୁଜିକ ଗ୍ରୁପ ଓ ଡିଜେ ସାଉଣ୍ଡ ର ତାଳେତାଳେ ଯୁବଗୋଷ୍ଠୀ ଝୁମିଥିଲେ । ବର୍ଷାସତ୍ୱେ ଗଣେଶ ଭସାଣି ଦେଖିବାକୁ  ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ତହସିଲଦାର ରବିନ୍ଦ୍ର ସାମଲ ,ଅତିରିକ୍ତ ତହସିଲଦାର ରାଜୀବ ଲୋଚନ ବେହେରା ଓ ଗଣେଶ ପୂଜା ଶାନ୍ତିକମିଟି ସଦସ୍ୟ ଯାତ୍ରାକୁ ଶୃଙ୍ଖଳିତ କରିଥିବାବେଳେ ଏସଡିପିଓ ରଂଜନ କୁମାର ଦେ ,ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ୧ ପ୍ଲାଟୁନ ଫୋର୍ସ ଙ୍କ ସହ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ଗଣେଶ ମେଢ ଗୁଡିକୁ ରଗଡି ଓ ବ୍ରାହ୍ମଣୀ ନଦୀରେ ବିସର୍ଜନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.