ବିପୁଳ ପରିମାଣର ପଣସ ଓ ଶାଗୁଆନ କାଠ ଜବତ, ଜଣେ ଗିରଫ –
ନିଶ୍ଚିନ୍ତକୋଇଲି, ୦୮/୦୯/୨୦୨୨(ଓଡ଼ିଶା ସମାଚାର)- କଟକ ବନ ଖଣ୍ଡ ନିଶ୍ଚିନ୍ତକୋଇଲି ବ୍ଲକ୍ ଉତରକୂଳ ପଂଚାୟତରୁ ଭିଜିଲାନ୍ସ ଓ ବନ ବିଭାଗର ମିଳିତ ଚଢ଼ାଉ କରି ବିପୁଳ ପରିମାଣର ପଣସ ଓ ଶାଗୁଆନ ପଟା ଜବତ କରାଯାଇଛି । କଟକ ଭିଜିଲାନ୍ସ ବିଭାଗର ଜଣେ ଡ଼ିସିଏଫ ଓ ଜଣେ ଇନିସପେକ୍ଟର ଙ୍କ ସହିତ୮ ଜଣ କର୍ମଚାରୀ ଥିବାବେଳେ ଫରେଷ୍ଟର ଚନ୍ଦ୍ର ଶେଖର ପଣ୍ଡା, ଫରେଷ୍ଟ ଗାର୍ଡ଼ ସାଲକୋ ମୁର୍ମୁ, ଅମର ବାରିକ, ପାରା ଷ୍ଟାଫ ସଂଜୟ ସେଠୀ, କାହ୍ନୁ ଚରଣ ସାହୁ, ପ୍ରକାଶ କୁମାର ମିଳିତ ଭାବେ ଆଜି ସକାଳୁ ସ୍ୱର୍ଗତ ବସନ୍ତ ଓଝା ଙ୍କ ପୁଅ ସଂଜୟ ଓଝା (ଭଗିଆ) ଘରେ ଚଢ଼ାଉ କରିଥିଲେ । ତାଙ୍କ ଘରୁ ବିପୁଳ ପରିମାଣର ଗଛିତ ଥିବା ବେଆଇନ ପଣସ ଓ ଶାଗୁଆନ ପଟା ଜବତ କରାଯାଇଥିଲା । ଏଗୁଡ଼ିକୁ ଏକ ଟାଟା ଏସି ଗାଡ଼ିରେ ବୋଝେଇ କରି ଭିଜିଲାନ୍ସ ବିଭାଗ ନିଜ ହେପାଜତକୁ ନେଇଥିବାବେଳେ ସଂଜୟ ଓଝା ଙ୍କୁ ଗିରଫ କରାଯାଇଛି । ଏ ବିଷୟରେ ଫରେଷ୍ଟର ଶ୍ରୀ ପଣ୍ଡା କହିଛନ୍ତି ଯେ ଭିଜିଲାନ୍ସ ତରଫରୁ ଏହି ଚଢ଼ାଉ କରାଯାଇଥିଲା । ଭିଜିଲାନ୍ସ ବିଭାଗ ଆମକୁ କାଠ ଓ ରିପୋର୍ଟ ହସ୍ତାନ୍ତର କରିବା ପରେ ଉଭୟ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯିବ । ଓଡ଼ିଶା ସମାଚାର