Wednesday , May 31 2023
Home / ବିଶେଷ / ୧୪ ଗ୍ରାମ ବ୍ରାଉନସୁଗାର ଜବତ , ମହିଳା ବେପାରୀ ଗିରଫ

୧୪ ଗ୍ରାମ ବ୍ରାଉନସୁଗାର ଜବତ , ମହିଳା ବେପାରୀ ଗିରଫ

ନିରାକାରପୁର,୦୭ /୦୯/୨୦୨୨(ଓଡ଼ିଶା ସମାଚାର)- ବ୍ରାଉନସୁଗାର ହବ ପାଲଟିଛି ଖୋର୍ଦ୍ଧା ଜିଲ୍ଲା।ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଜାଗାରେ ବ୍ରାଉନସୁଗାର ବେପାରକୁ ବେଧଡକ ଚଳାଉଛନ୍ତି କିଛି ମାଫିଆ। ବ୍ରାଉନସୁଗାର କାରବାରକୁ ରୋକିବା ପାଇଁ ପୋଲିସ ସହରର ବିଭିନ୍ନ ଜାଗାରେ ଚଢାଉ କରୁଥିବା ବେଳେ ବେପାରୀମାନେ ସହର ଛାଡି ଏବେ ଗାଁ ଗହଳିରେ ନୂଆ ନୂଆ ତରିକାରେ ସେମାନଙ୍କ ନେଟୱାର୍କ ଚଲାଇ ବେପାର କରୁଛନ୍ତି। ବିଶେଷ ଭାବରେ ଯୁବ ଗୋଷ୍ଠୀ ନିଶା ପଛରେ ପଡି ପଥଭ୍ରଷ୍ଟ ହେଉଥିବା ବେଳେ ମହିଳା ମାନଙ୍କୁ ଢାଲ କରି ସେମାନଙ୍କ ବେପାର ବେଧଡକ ଭାବରେ କରୁଛନ୍ତି। ଟାଗିଂ ଅବକାରୀ ବିଭାଗକୁ ମିଳିଛି ସଫଳତା। ଆଜି ଟାଗିଂ ଅବକାରୀ ବିଭାଗ ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେରେ ଚଢ଼ାଉ କରି ୧୪ଗ୍ରାମ ବ୍ରାଉନସୁଗାର ଜବତ କରି ମହିଳା ବେପାରୀ ଲିଲି ନନ୍ଦିଙ୍କୁ ଗିରଫ କରିଛି। ଜବତ ବ୍ରାଉନ ସୁଗାର ର ମୂଲ୍ୟ ଏକଲକ୍ଷ ଚାଳିଶ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ବେପାରୀ ଜଣଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ପୋଲିସ।

Leave a Reply

Your email address will not be published.