Thursday , June 1 2023
Breaking News
Home / ବିଶେଷ / ସିଆରଆରଆଇ ଥାନା ଉଦଘାଟିତ

ସିଆରଆରଆଇ ଥାନା ଉଦଘାଟିତ

କଟକ,୦୭/୦୯/୨୦୨୨(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ସହରର ବିଦ୍ୟାଧରପୁର ସ୍ଥିତ ସିଆରଆରଆଇ ଥାନା ଏକ ଅସ୍ଥାୟୀ ଭଡ଼ା ଘରେ ଉଦଘାଟିତ ହୋଇଯାଇଛି । ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂସଲ ଏହାକୁ ଉଦଘାଟନ କରିଛନ୍ତି । ଅସ୍ଥାୟୀ ଭାବରେ ଏକ ଭଡ଼ା ଘରେ ଥାନା କାର୍ୟ୍ୟ ଆରମ୍ଭ ହେବ । ସିଆରଆରଆଇ ଥାନା ପାଇଁ ନୂଆ ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ଏହି ଥାନା ହେବା ଫଳରେ ବହୁ ସଂଖ୍ୟାରେ ଲୋକଙ୍କ ସମସ୍ୟାର ସମାଧାନ ହେବା ସହ ଅପରାଧ ନିୟନ୍ତ୍ରଣରେ ବେଶ ସହାୟକ ହେବ ବୋଲି ଆଶା ରଖିଛନ୍ତି ପୋଲିସ ମହାନିର୍ଦ୍ଦେଶକ ।

ଅନ୍ୟପଟେ ସିଆରଆରଆଇ ପକ୍ଷରୁ ୬୩ ଡିସିମିଲ ଜମି ସରକାରଙ୍କୁ ଯୋଗାଇ ଦିଆଯାଇଛି । ଉକ୍ତ ଜମିରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ଥାନା ପାଇଁ ନୂତନ କୋଠା ନିର୍ମାଣ କରାଯିବ । ୨୦୨୩ ସୁଦ୍ଧା ନିର୍ମାଣ କାର୍ୟ୍ୟ ଶେଷ କରାଯିବ ବୋଲି ଧାର୍ୟ୍ୟ କରାଯାଇଛି । ଏହି ଉଦଘାଟନ ଉତ୍ସବରେ ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ଵାଳ, କଟକ ମେୟର ସୁବାସ ସିଂହ, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପିନାକ ମିଶ୍ରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବରିଷ୍ଠ ନାଗରିକ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ଏସିପି ଅରୁଣ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।ଓଡ଼ିଶା ସମାଚାର

Leave a Reply

Your email address will not be published.