ସାଲେପୁର, ୦୭/୦୯/୨୦୨୨(ଓଡିଶା ସମାଚାର/ ଅଭୟ ଜେନା ) – ଗଣେଶ ଭଷାଣି ଚାଲିଥିବା ବେଳେ ସମିତିସଭ୍ୟାଙ୍କ ପ୍ରତିନିଧିଙ୍କୁ ପୋଲିସ ହୋମଗାର୍ଡ ଚାକିରୀ କରିଥିବା ଜଣେ ଯୁବକଙ୍କ ମାଡ଼ ଅଭିଯୋଗହୋଇଛି । ଘଟଣା ଘଟିଛି ସାଲେପୁର ଥାନା ବଣହରା ଗାଁରେ। ପିକୋଳ ଗ୍ରାମ ପଞ୍ଚାୟତ ସମିତି ସଭ୍ୟାଙ୍କ ପ୍ରତିନିଧି ହେମନ୍ତ ସ୍ୱାଇଁ ଗଣେଶ ଭାଷାଣିରେ ଥିବା ସମୟରେ ରାଜନୈତିକ ଆକ୍ରୋଶ ରଖି ସେହି ଅଞ୍ଚଳର ପୋଲିସରେ ହୋମଗାର୍ଡ ଭାବେ ଚାକିରୀ କରିଥିବା ପ୍ରଶାନ୍ତ କୁମାର ସାହୁ ଯୁବକ କୁ ମାଡ଼ ମାରିଥିବା ନେଇ ସେ ସାଲେପୁର ଥାନାରେ ଏତଲା ଦେଇଛନ୍ତି। ସମ୍ପୃକ୍ତ ହୋମଗାର୍ଡଙ୍କ ପକ୍ଷରୁ ମଧ୍ୟ ପୋଲିସକୁ ଏକ ଏତେଲା ଦିଆଯାଇଛି। ଉଭୟ ଏତେଲା କୁ ଗ୍ରହଣ କରି ପୋଲିସ ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି। ଏହି ଘଟଶକେୁ ନେଇ ଅଂଚଳରେ ଉତ୍ତେଜନା ଲାଗି ରହିଛି ।