Sunday , May 28 2023
Breaking News
Home / ବିଶେଷ / ଯଶପଡାର ପ୍ରସିଦ୍ଧ ଗଣେଶ ଭସାଣୀ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ଶାନ୍ତି କମିଟି ବୈଠକ

ଯଶପଡାର ପ୍ରସିଦ୍ଧ ଗଣେଶ ଭସାଣୀ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ଶାନ୍ତି କମିଟି ବୈଠକ

କଟକ ସଦର ୦୭ /୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆସନ୍ତା ୧୧ ତାରିଖ ରବିବାର ଦିନ ହେଵାକୁ ଥିବା କିଶନନଗର ଥାନା ଅନ୍ତର୍ଗତ କଟକ ସଦର ଅଞ୍ଚଳର ପ୍ରସିଦ୍ଧ ପାରମ୍ପରିକ ଗଣେଶ ଭସାଣି ଉତ୍ସଵ ଶାନ୍ତିଶୃଙ୍ଖଳା ସହ ସମାପନ କରିଵାକୁ ଆଜି (ବୁଧବାର) ଯଶପଡା ଠାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁଇ ବର୍ଷ ହେଲା କୋଭିଡ ପାଇଁ ଉତ୍ସଵ ବନ୍ଦ ଥିବା ବେଳେ ଏଥର ହେଉଥିବାରୁ ସମସ୍ତେ ଉତ୍ସାହିତ ଅଛନ୍ତି। ତେଣୁ ଏହି ସୁଯୋଗରେ ଶାନ୍ତି ଭଙ୍ଗ ଯେପରି ନହୁଏ ସେଥିପ୍ରତି ପୋଲିସ ପକ୍ଷରୁ କଡ଼ା ନଜର ରଖାଯିବାକୁ ସ୍ଥିର ହୋଇଛି। ଏହି ବୈଠକରେ ଯଶପଡା ପଞ୍ଚାୟତର ୬ ଗୋଟି ମେଢ କର୍ମକର୍ତ୍ତା ଓ ଧରିଣା ପଞ୍ଚାୟତର ୬ ଗୋଟି ମେଢ କର୍ମକର୍ତ୍ତାଙ୍କ ସମେତ ଉଭୟ ସରପଞ୍ଚ ମିନତି ସେଠୀ, ରତ୍ନାକର ରାଉତ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏଥିରେ କିଶନନଗର ଅତିରିକ୍ତ ତହସିଲଦାର ମିଲନ ଜୟସ୍ୱ।ଲ, ଥାନା ଅଧିକାରୀ ରଶ୍ମୀରଂଜନ ଦାସ, ଯଶପଡା ରାଜସ୍ୱ ନିରୀକ୍ଷକ ବିଶ୍ୱଜିତ୍ ଷଡ଼ଙ୍ଗୀ ଯୋଗଦେଇ ସରକାରଙ୍କ ମାର୍ଗଦର୍ଶିକା ପାଳନ କରିଵାକୁ ସମସ୍ତଙ୍କୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଵିଭୁଦତ୍ତ ରାଉତରାୟ, ସୁଶାନ୍ତ ସାହୁ, ଅର୍ଜୁନ ମଲ୍ଲିକ ପ୍ରମୁଖ ସହାୟତା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.