ବ୍ରହ୍ମପୁର ୦୭/୦୯/୨୦୨୨(ଓଡ଼ିଶା ସମାଚାର)- ପୂର୍ବ ଶତୃତାକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ସଂଘବଦ୍ଧ ଆକ୍ରମଣ ରେ ଅରୁ ମହାରଣା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୧ ଟା ବେଳେ ବ୍ରହ୍ମପୁର ବିଜିପୁର ନିକଟରେ ସ୍ଥାନୀୟ କର୍ପୋରେଟର ଙ୍କ ସମେତ ୪ଜଣରୁ ଅଧିକ ଯୁବକ ଅରୁ ମହାରଣାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ସୂଚନା ।