ଉଦଳା ,୦୭ /୦୯/୨୦୨୨(ଓଡ଼ିଶା ସମାଚାର)- ପୁଅର ଗୁଳି ମାଡରେ ବାପାର ମୃତ୍ୟୁ । ଏହିଭଳି ଅଭାବନୀୟ ଘଟଣା ଘଟିଛି ଉଦଳା ଥାନା ଅନ୍ତର୍ଗତ କାଶୀକୁଣ୍ଡଳ ଗ୍ରାମରେ । ଘରୋଇ ବଚସାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । କାଶୀକୁଣ୍ଡଳ ଗ୍ରାମର କୈଳାସ ନାଏକ ବାପା ଟିଲୁ ନାଏକଙ୍କୁ ଗୁଳିକରି ହତ୍ୟା କରି ଫେରାର ହୋଇଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅର ବନ୍ଧୁକ ଜବତ କରି ତଦନ୍ତ ଆରମ୍ଭ କରିଛି ।