Wednesday , May 31 2023
Breaking News
Home / ବିଶେଷ / ଜଂକିଆ ପଲ୍ଲୀ ଉତ୍ସବ ଉଦଯାପନୀ ସନ୍ଧ୍ୟା :

ଜଂକିଆ ପଲ୍ଲୀ ଉତ୍ସବ ଉଦଯାପନୀ ସନ୍ଧ୍ୟା :

ରଙ୍ଗଶାଳା କଳାକାରମାନଙ୍କ ଦ୍ବାରା ଗଣେଶ ବନ୍ଦନା ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲା –
ନିରାକାରପୁର, ୦୭ /୦୯/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ବାସନ୍ତୀ କ୍ଲବ ପଡ଼ିଆରେ ଅନୁଷ୍ଠିତ ପଲ୍ଲୀ ଉତ୍ସବର ଉଦଯାପନୀ ସନ୍ଧ୍ୟା ରେ ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ କୁ ଦର୍ଶକ ମନଭରି ଉପଭୋଗ କରିଥିବାବେଳେ ପୁରୀ ର ରଙ୍ଗଶାଳା କଳାକାରମାନଙ୍କ ଦ୍ବାରା ଗଣେଶ ବନ୍ଦନା ପ୍ରଦର୍ଶନ ସମସ୍ତଙ୍କ ମନ ମୋହିଥିଲା। ଉଦଯାପନୀ ସନ୍ଧ୍ୟା ରେ କମିଟି ସଭାପତି କୃଷ୍ଣ ଚନ୍ଦ୍ର ନରେନ୍ଦ୍ରଙ୍କ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରାନଥ ମିତ୍ର , ମୁଖ୍ୟ ବାକ୍ତାଭାବେ ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ସରପଞ୍ଚ ପଙ୍କଜୀନୀ ବଳବନ୍ତରାୟ, ଶିକ୍ଷକ ଶରତ ଚନ୍ଦ୍ର ଚଉରୀ, ସମିତିସଭ୍ୟ ଈଶ୍ୱର ଚନ୍ଦ୍ର ମାର୍ଥା, କାର୍ୟ୍ୟକ୍ରମ ମୁଖ୍ୟ ସଂଯାଯୋଗ ବିଶ୍ବଭୂଷଣ ଛୋଟରାୟ ପ୍ରମୁଖ ଯୋଗଦେଇ ଏହି ଅଞ୍ଚଳରେ ଭାଇଚାରାର ସମ୍ପର୍କ ଏହିପରି ବଜାୟ ରହୁ ଓ ସ୍ଥାନୀୟ କଳାକାର ମାନଙ୍କ ବିକାଶ ରେ ଏହା ସହଯୋଗ କରୁ ବୋଲି କହିଥିଲେ। ଉପସ୍ଥାପକଭାବେ କମଳେଶ ମହାରଣା, ଅଶ୍ଵିନୀ ମହାନ୍ତି ଥିବାବେଳେ ଦାଶରଥି ବିଶୋଇ, ପ୍ରଦୀପ୍ତ ପାଟ୍ଟଶାଣୀ , କେଦାର ବଳବନ୍ତରାୟ, ପ୍ରଦୀପ୍ତ ରାଉତରାୟ, ସୁରେନ୍ଦ୍ରନାଥ ଜେନା ଓ ବୁଦ୍ଧଦେବ ଚଂପତି ପ୍ରମୁଖଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିଲେ। ଏହି ପଲ୍ଲୀ ଉତ୍ସବ ପଡ଼ିଆରେ ଲୋକମାନଙ୍କୁ ରାମଦୋଳି, ଡ୍ରାଗୋନ ଟ୍ରେନ ଓ ବ୍ରେକ ଡାନ୍ସ ବେଶ ଆକୃଷ୍ଟ କରିଥିବାବେଳେ ବିଭିନ୍ନ ଘରକରଣା ଜିନିଷ, ଖେଳନା ଦୋକାନ ରେ ଲୋକଙ୍କ ଭିଡ ଜମୁ ଥଲା। ଶେଷ ଦିବସର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବୁଧବାର ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published.