Sunday , May 28 2023
Breaking News
Home / ବିଶେଷ / ଆସିଲା ପୋସ୍କୋ କୋର୍ଟ ଜଷ୍ଟିସ୍ ସୁଵାସ ଵିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଆସିଲା ପୋସ୍କୋ କୋର୍ଟ ଜଷ୍ଟିସ୍ ସୁଵାସ ଵିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ ସଦର ୦୭ /୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସ୍ୱତନ୍ତ୍ର ପୋସ୍କୋ ଅଦାଲତର ବିଚାରପତି ସୁଵାସ ଵିହାରୀଙ୍କ ଵହୁ ଚର୍ଚ୍ଚିତ ଆତ୍ମହତ୍ୟା ମାମଲାର ପୋଷ୍ଟମର୍ଟମ ରିପୋର୍ଟ ଆଜି (ବୁଧବାର) କଟକ ଵଡ ମେଡିକାଲ କତୃପକ୍ଷ ମର୍କତ ନଗର ଥାନା ପୋଲିସ କୁ ପ୍ରଦାନ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଗତ ଦୁଇ ତାରିଖରେ ଘରେ କେହି ନଥିବା ବେଳେ ସିଡିଏ ସେକ୍ଟର ୯ ରେ ଥିବା ସରକାରୀ ବାସଭବନରେ ଵାପାଙ୍କ ଶ୍ରାଦ୍ଧ ଦିବସର ମଧ୍ୟାହ୍ନରେ ଜଷ୍ଟିସ ଵିହାରୀ ଵେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶଵକୁ ପୋଷ୍ଟମର୍ଟମ ପାଇଁ ପଠାଇ ରିପୋର୍ଟକୁ ଅପେକ୍ଷା କରିଥିଲା।ହେଲେ ସୁଵାସଙ୍କୁ ତାଙ୍କ ପତ୍ନୀ ଓ ଶଳା ଯୋଜନାବଦ୍ଧ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଛନ୍ତି ଵୋଲି ତାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅପମୃତ୍ୟୁ ମାମଲା ହତ୍ୟା ମାମଲାକୁ ରୂପାନ୍ତରିତ ହୋଇଥିଲା। ଏଥିପାଇଁ ପୋଲିସ ପକ୍ଷରୁ ସୁଵାସଙ୍କ ପତ୍ନୀ ଓ ଶଳାଙ୍କ ସମେତ ଚିଠା ଅନୁଯାୟୀ ଅନ୍ୟ ୧୨ ଜଣଙ୍କୁ ପଚରାଉଚରା କରିଛି।ଏଵେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତଦନ୍ତ କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ଲୋକେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published.