ଭୁବନେଶ୍ୱର,୦୭ /୦୯/୨୦୨୨(ଓଡ଼ିଶା ସମାଚାର)- ବିଭିନ୍ନ ମେଡିକାଲ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ନିଟ୍ ପ୍ରବେଶିକା ଫଳ ଆଜି ପ୍ରକାଶପାଇବ। ନିଟ୍ ପ୍ରବେଶିକା ଏବର୍ଷ ରେକର୍ଡ଼ ସଂଖ୍ୟକ ଛାତ୍ରଛାତ୍ରୀ ଦେଇଛନ୍ତି। ଚଳିତ ବର୍ଷ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରବେଶିକା ଦେଇଛନ୍ତି। ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷାଫଳ www.nta.neet.ac.in ମାଧ୍ୟମରେ ପାଇ ପାରିବେ। ଛାତ୍ରଛାତ୍ରୀ ସେମାନଙ୍କ ପଞ୍ଜୀକରଣ ନମ୍ବର ଓ ଜନ୍ମ ତାରିଖ ଦ୍ୱାରା ରେଜଲ୍ଟ ପାଇ ପାରିବେ।