Wednesday , May 31 2023
Breaking News
Home / ବିଶେଷ / ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା

ଭୁବନେଶ୍ୱର,୦୭ /୦୯/୨୦୨୨(ଓଡ଼ିଶା ସମାଚାର)- ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼଼ିବ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ରାଜ୍ୟକୁ ପୁଣି ବର୍ଷା ଆଣିବ। ବୁଧବାରଠାରୁ ବିଭିନ୍ନ ସ୍ଥାନରେ ପ୍ରବଳ ଥିବା ବେଳେ ଗୁରୁ ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଥିବା ବେଳେ ଲଘୁଚାପ ସମ୍ପର୍କରେ  କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟାରେ ଏକ ଲଘୁଚାପ ସୃଷ୍ଟି ହେବ। ବୁଧବାର ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ୍ ରେ ପ୍ରବଳ ବର୍ଷା  ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ  ଜାରି କରିଛି। ସେହିପରି ୮ ତାରିଖରେ ୯ଟି ଜିଲ୍ଲା ଓ ୯ ତାରିଖରେ ୧୬ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା  ନେଇ ସତର୍କ  ସୂଚନା ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମଙ୍ଗଳବାର ମଧ୍ୟାହ୍ଣ ସୁଦ୍ଧା ଘୂର୍ଣ୍ଣି  ବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ବୁଧବାର କେନ୍ଦ୍ରୀୟ-ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ କ୍ରମଶଃ ଆନ୍ଧ୍ର ଉପକୂଳକୁ ମୁହାଁଇବ। ଏନସିଏଚ୍ ଡବ୍ଲୁଏଫ୍ ମଡେଲ୍ ର ଆକଳନ ଅନୁଯାୟୀ ଏହି ସିଷ୍ଟମଟି ଓଡ଼ିଶା ଉପକୂଳ ହୋଇ ୧୨ ତାରିଖରେ ପଶ୍ଚିମ ଆଡ଼କୁ ଯିବ। ଏହାର ପ୍ରଭାବରେ ଆସନ୍ତା ୩ ଦିନ (୮ ତାରିଖ ପର୍ଯ୍ୟନ୍ତ) ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବ। ଏହାର ପର ଦୁଇ ଦିନ ଅର୍ଥାତ୍ ୯ ଓ ୧୦ ତାରିଖରେ ଉପକୂଳ ବିଶେଷ କରି ଉତ୍ତର ଉପକୂଳରେ ୪୦ ମିମି , ଦକ୍ଷିଣରେ ୫୦ ମିମି ଓ ପଶ୍ଚିମରେ ୨୦ ମିମି ବର୍ଷା ହୋଇପାରେ। ଭୁବନେଶ୍ୱରରେ ୯ରେ ମଧ୍ୟମ ଧରଣର ଏବଂ ୧୦ ଓ ୧୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଆଭ୍ୟନ୍ତରୀଣରେ ୯-୧୧ ପର୍ଯ୍ୟନ୍ତ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି। ୧୨-୧୪ ମଧ୍ୟରେ ବର୍ଷାର ପରିମାଣ ବଢ଼଼ିବ। ଉପକୂଳରେ ମଧ୍ୟମ ଓ ସ୍ଥାନେ ସ୍ଥାନେ ଭାରି ବର୍ଷା ହୋଇପାରେ। ଆଭ୍ୟରୀଣ ଦକ୍ଷିଣରେ ସବୁଠୁ ଅଧିକ ବର୍ଷା ହେବ। ଦ୍ୱିତୀୟ ଲଘୁଚାପ ଟି ୧୨ ତାରିଖରେ ଉତ୍ତର ବଙ୍ଗୋପସାଗରର ମୁଣ୍ଡରେ ସୃଷ୍ଟି ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published.