Thursday , June 8 2023
Breaking News
Home / ଶିକ୍ଷା / ସାଲେପୁର ରେ ଗୁରୁ ପ୍ରତିଭା ସମ୍ମାନ ସମାରୋହ ୨୦୨୨ଅନୁଷ୍ଠିତ

ସାଲେପୁର ରେ ଗୁରୁ ପ୍ରତିଭା ସମ୍ମାନ ସମାରୋହ ୨୦୨୨ଅନୁଷ୍ଠିତ

ସାଲେପୁର,୦୬/୦୯/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ଠାରେ ଗୁରୁଦିବସ ରେ ଗୁରୁ ପ୍ରତିଭା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥୀ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରଶାନ୍ତ କୁମାରବେହେରା ଯୋଗଦାନ କରି, ଗୁରୁ ମାନେ ହିଁ ଶ୍ରେଷ୍ଠ ପଥପ୍ରଦର୍ଶକ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥିଭାବେ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ସାଲେପୁର ଆଇ ଆଇ ସି ଗିରିଜା ପଟ୍ଟନାୟକ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ସାଲେପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ମନୋରଞ୍ଜନ ବାରିକ , ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ବିଶ୍ୱାଳ, ଆତ୍ମାର ସଭାପତି ଦିଲ୍ଲୀପ ଦାଶ, ଶିକ୍ଷାବିତ ଚିତ୍ତରଞ୍ଜନ ମହାନ୍ତି, ରମେଶ ଜେନା, ନମିତା ସେଠୀ, ରଜନୀ କାନ୍ତ ଦାଶ, ଅଶୋକ ପତି,ନିରଞ୍ଜନ ଦାଶ ପ୍ରମୁଖ ଗୁରୁ ଦିବସ ର ତାତ୍ପର୍ୟ୍ୟ ଉପରେ ବକ୍ତବ୍ୟ ଦେଇଥିଲେ । ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜ୍ୟାକି ଅମିନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଳାସିନୀ ବାହିନୀ ପତି ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ରେ ଧୀରେନ୍ଦ୍ର ନାଥ ଜେଠୀ, ଗୌର ଚରଣ ଭୂୟାଁ , ବିଷ୍ଣୁ ଚରଣ ମିଶ୍ର, ଭରତ ବାରିକ, ପ୍ରଭାତ ବେହେରା,ମାନସ ପଣ୍ଡା, ଆସ୍ଲାମ ରସିଦ ଓ ସିଆରସିସି ମାନେ ସହାୟତା କରିଥିଲେ । କାର୍ୟ୍ୟକ୍ରମ ରେ ୭୭ଜଣ ଶିକ୍ଷକ ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.