Wednesday , May 31 2023
Home / ବିଶେଷ / ସଂଘ ବଦ୍ଧ ଆକ୍ରମଣ ଯୋଗୁ ଜେସିଵି ନଷ୍ଟ

ସଂଘ ବଦ୍ଧ ଆକ୍ରମଣ ଯୋଗୁ ଜେସିଵି ନଷ୍ଟ

ନିରାକାରପୁର, ୦୬/୦୯/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ୧୬ ନ ଜାତୀୟ ରାଜପଥ ସୁନେଇ ରୂପେଇ ଠାକୁରାଣୀ ମନ୍ଦିର ନିକଟରେ ଗୋଟିଏ ପେଟ୍ରୋଲ ପମ୍ପ ନିର୍ମାଣ ପାଇଁ ତାର ମାଟି ପକା କାର୍ୟ୍ୟରେ ବଡପୋଖରିଆ ଗ୍ରାମର ନୃସିଂହ ଚରଣ ବଡ଼ଜେନାଙ୍କ ଜେସିବି ଲାଗିଥିଲା। ଦିନରେ କାର୍ୟ୍ୟ ଚାଲିଥିବାବେଳେ କିଛି ଲୋକ ଆସି ଏଠାରେ ଆମ ଗାଡି କାର୍ୟ୍ୟ କରିବ କହି ଉକ୍ତ ଜେସିବି କୁ ମାଡ଼ ପିଟ କରିବା ସହ ତାର ଚକା କୁ ହାଣି ଦେଇଥିଲେ। ଏନେଇ ଥାନାରେ ଗତ କାଲି ରାତି ୧୦ଟାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.