Wednesday , May 31 2023
Breaking News
Home / ବିଶେଷ / ମହୋତ୍ସବ ସଂସ୍କୃତିକୁ ଉଜ୍ଜୀବିତ କରିଥାଏ – ସଂସ୍କୃତି ସଚିବ

ମହୋତ୍ସବ ସଂସ୍କୃତିକୁ ଉଜ୍ଜୀବିତ କରିଥାଏ – ସଂସ୍କୃତି ସଚିବ

ଗଣେଶ ମେଲଣ ମହୋତ୍ସବ ଉଦଘାଟିତ

ଭୁବନ,୦୬/୦୯/୨୦୨୨(ଓଡ଼ିଶା ସମାଚାର)- ଅଗଷ୍ଟ ୩୧ ତାରିଖ ଠାରୁ ୨୨ ଟି ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ବିଘ୍ନ ବିନାଶକ ପ୍ରଭୁ ଗଣେଶ ପୂଜା ଅନ୍ତିମ ପର୍ଯ୍ୟାୟ ଆରମ୍ଭ ହୋଇଛି । ଭୁବନ ଯାତ୍ରା ପଡିଆ ଠାରେ ଶ୍ରୀଗଣେଶ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗଣେଶ ମେଲଣ ୨୦୨୨ ଉଦଘାଟନ ଉତ୍ସବରେ ରାଜ୍ୟ ସଂସ୍କୃତି ସଚିବ ରଂଜନ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବ କଳା , ସଂସ୍କୃତିକୁ ଉଜ୍ଜୀବିତ କରାଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇ କହିଥିଲେ ଯେ , ଭୁବନର ଭାଇଚାରା ମହାନ । ଭୁବନର କଳା , ସାହିତ୍ୟ , ସଂସ୍କୃତି ନିଆରା । ବଳଦ ଯାତ୍ରାଏହାର ପ୍ରମୁଖ ଉଦାହରଣ । ଗଣେଶ ମେଲଣ ମହୋତ୍ସବକୁ ଭୂୟସୀ ପ୍ରଶଂସା କରିବା ସହଏହାକୁ ଆହୁରି ଆକର୍ଷଣୀୟ କରିବାକୁ ମତ ଦେଇଥିଲେ । ନଗରପାଳ ଶୁଭେନ୍ଦୁ କୁମାରସାହୁ , ସାଂସଦ ମହେଶ ସାହୁ ଙ୍କ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର , ଏନଏସି ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ୫୦ ରୁ ଅଧିକ ଦଳ ନୃତ୍ୟ , ସଂଗୀତ ପରିବେଷଣ କରିଥିଲେ । କୃତୀ ପ୍ରତିଯେଗୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯଇଥିଲା । ମିଳିତ ଗଣେଶ ପୂଜା କମିଟି ସଂପାଦକ ଜିତେନ୍ଦ୍ର ଦାସ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଉପସଭାପତି ବିନୋଦ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.