Thursday , June 8 2023
Breaking News
Home / ବିଶେଷ / ବିଚାରପତି ସୁଵାସ ଵିହାରୀଙ୍କ ଆତ୍ମହତ୍ୟା ଘଟଣା: ପତ୍ନୀ ଅପରାଜିତାଙ୍କୁ ଜେରା

ବିଚାରପତି ସୁଵାସ ଵିହାରୀଙ୍କ ଆତ୍ମହତ୍ୟା ଘଟଣା: ପତ୍ନୀ ଅପରାଜିତାଙ୍କୁ ଜେରା

ହତ୍ୟା ଅଭିଯୋଗକୁ ଗୁରୁତ୍ଵ ଦେଇଛି ପୋଲିସ
କଟକ ସଦର ୦୬ /୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- ବହୁଚର୍ଚ୍ଚିତ କଟକ ପୋସ୍କୋ ଅଦାଲତ ବିଚାରପତି ସୁଵାସ ଵିହାରୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତକୁ ଗୁରୁତ୍ୱ ଦେଇଛି କମିଶନରେଟ କଟକ ପୋଲିସ୍। ମର୍କତ ନଗର ଥାନାରେ ହୋଇଥିବା ଅପମୃତ୍ୟୁ ମାମଲା କୁ ମାଙ୍କ ଅଭିଯୋଗ କ୍ରମେ ହତ୍ୟା ମାମଲାରେ ରୁପାନ୍ତରିତ ହୋଇଥିବା ଜଣାପଡିଛି।ମୃତକ ଜଷ୍ଟିସ ସୁଵାସ ଵିହାରୀ ଙ୍କ ମା’ ତୁଳସୀ ଵିହାରୀ ପୋଲିସ୍ ନିକଟରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।ସେ କହିଛନ୍ତି ଯେ ‘ ମୋ ପୁଅକୁ ବୋହୁ ଅପରାଜିତା ଓ ତା ସମ୍ପର୍କୀୟ ଭାଇ ସର୍ଵୋଜିତ୍ ରାୟ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ ଯେ ଯାଜପୁର ଅଞ୍ଚଳର ଜଷ୍ଟିସ ସୁଵାସ ଵିହାରୀ ସେହି ଯାଜପୁର ସଦର ଅଞ୍ଚଳର ଶ୍ରୀଵତ୍ସ ରାୟଙ୍କ ଝିଅ ଅପରାଜିତାଙ୍କୁ ୧୫ ଵର୍ଷ ତଳେ ଵିଵାହ କରିଥିଲେ।ଵିଵାହର ମାତ୍ର ୩ ଵର୍ଷ ପରେ ସ୍ତ୍ରୀ ଅପରାଜିତା ସୁଵାସଙ୍କ ଉପରେ ଉଭୟ ଶାରିରୀକ ଓ ମାନସିକ ନିର୍ୟାତନା ଦେଵା ଆରମ୍ଭ କରିଥିଲେ ଵୋଲି ପୋଲିସ ଜାଣିବାକୁ ପାଇଛି। ଏଥିପାଇଁ ଜଷ୍ଟିସ ଵିହାରୀ ମାନସିକ ଚାପରେ ରହି ଲୋକ ଲଜ୍ୟାକୁ ଡରି ଚୁପ ରହୁଥିଲେ।ଏହା ଅସହ୍ୟ ହେଵାରୁ ଵିହାରୀ ଵାପାଙ୍କ ଶ୍ରାଦ୍ଧ ଦିଵସରେ ହିଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ଆପଣେଇ ନେଲେ।ଵିହାରୀଙ୍କ ମଝିଆ ଶଶୁରଙ୍କ ପୁଅ(ଶଳା) କାହିଁକି କଟକ ସିଡିଏ ସ୍ଥିତ ସରକାରୀ ବାସଭବନରେ ରହୁଥିଲେ ତାହାର ଖୋଳତାଡ଼ କରୁଛି ପୋଲିସ। ଉକ୍ତ ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନିଆଯାଇ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଡିସିପି ପିନାକ୍ ମିଶ୍ର କହିଛନ୍ତି।ତେଵେ ପତ୍ନୀ ଅପରାଜିତାଙ୍କୁ ତାଙ୍କ ଘରେ ପୋଲିସ ମୃତ୍ୟୁ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିବା ଵେଳେ ତଦନ୍ତରେ ଖୋଳତାଡ଼ ପାଇଁ ଅନ୍ୟ ୧୨ ଜଣଙ୍କ ତାଲିକା ପ୍ରସ୍ତୁତ କରିଛି । ଵିହାରୀଙ୍କ ମୃତ୍ୟୁ ଉପରୁ ପରଦା ଉଠାଇଵାକୁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ତ୍ୱରାନ୍ୱିତ କରିଥିବା ଜଣାପଡିଛି। କିନ୍ତୁ ଏହା ସତ୍ୟ ଯେ ବିଚାରପତି ସୁଵାସଙ୍କ ମୃତ୍ୟୁ ପଛରେ ଗୁଢ ରହସ୍ୟ ଲୁଚି ରହିଛି।

Leave a Reply

Your email address will not be published.