Wednesday , May 31 2023
Breaking News
Home / ଶିକ୍ଷା / ଦେଉଳିପଡ଼ାରେ ଗୁରୁଦିବସ ପାଳିତ

ଦେଉଳିପଡ଼ାରେ ଗୁରୁଦିବସ ପାଳିତ

ମହାକାଳପଡ଼ା,୦୬ /୦୯/୨୦୨୨(ଓଡ଼ିଶା ସମାଚାର)-ମହାକାଳପଡ଼ା ବ୍ଲକ ଦେଉଳପଡ଼ା ଗଜେଶ୍ୱର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଗୁରୁପୂଜା ପରିଷଦ ପକ୍ଷରୁ ଗୁରୁ ପୂଜନ ଓ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। ଉତ୍ସବ ରେ ଗୁରୁପୂଜା ପରିଷଦ ସଭାପତି ରତ୍ନାକର ସ୍ୱାଇଁ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ମାଧବ ଚରଣ ବାରିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଶିକ୍ଷକ ସଂଘ ପକ୍ଷରୁ ଅଶୋକ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏ ଅବସରରେ ଦେଉଳପଡ଼ା ପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିବା ସହ ବ୍ଲକର ଅନ୍ୟ ଅବସରପ୍ରାପ୍ତ ଶିକ୍ଷକଙ୍କୁ  ମଧ୍ୟ ପୂଜାର୍ଚ୍ଚନା କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ନାୟକ ନିଜ ମନ୍ତବ୍ୟରେ କହିଥିଲେ, ଶିକ୍ଷା ମଣିଷକୁ ମାର୍ଗଦର୍ଶନ କରିଥାଏ। ଶିକ୍ଷକ ସମାଜ ସଦାସର୍ବଦା ଚିର ନମସ୍ୟ। ସେମାନଙ୍କ ପାଇଁ ଆଜି ମଣିଷ ଭବିଷ୍ୟତରେ ଆଗକୁ ଆଗକୁ ଯାଇପାରୁଛି। ଶିକ୍ଷାୟତନରେ ବ୍ୟାପକ ପରିବର୍ତ୍ତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ଭବ ହୋଇପାରିଛି। ବିଦ୍ୟାଳୟର ନବକଳେବର ପ୍ରକ୍ରିୟା ଜାରି ରହିଛି। ଶିକ୍ଷକମାନେ ସମାଜର ଆଦର୍ଶ। ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହିବା ଦରକାର। ଶିକ୍ଷକମାନଙ୍କ ଜ୍ଞାନ, ନିଷ୍ଠା ଓ କର୍ତ୍ତବ୍ୟ ପାଇଁ ଆଜି ଆମେ ପରିବର୍ତ୍ତନ ପାହାଚ ଚଢ଼ିଚାଲିଛୁ। ତେଣୁ ସେମାନଙ୍କୁ ଆଜି ଦିନରେ ପୂଜା କରିବା ସହ ସମ୍ବର୍ଦ୍ଧିତ କରିଥିବା ଆୟୋଜକ ମଣ୍ଡଳୀଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଶିକ୍ଷାଧିକାରୀ ତନ୍ମୟ କୁମାର ବେହେରା, ବିଡିଓ ଦେବାଶିଷ ରାଉତ, ତହସିଲଦାର ସୌଭାଗ୍ୟ ରଂଜନ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ସସ୍ମିତା ସ୍ୱାଇଁ, କଳ୍ପନା ରାଉତ, ରାଜ୍ୟ ବିଜୁ ମହିଳା ସମ୍ପାଦିକା ସୁରଭୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.