Thursday , June 1 2023
Breaking News
Home / ବିଶେଷ / ଜୁନାଗଡ଼କୁ ପରିଚୟ ଦେଇଥିବା ୫୧ ବର୍ଷର ଏନଏସି ଚାଲିଛି ପାଠାଗାରରେ

ଜୁନାଗଡ଼କୁ ପରିଚୟ ଦେଇଥିବା ୫୧ ବର୍ଷର ଏନଏସି ଚାଲିଛି ପାଠାଗାରରେ

ଜୁନାଗଡ଼ ୦୬ /୦୯/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହେଉଛି ଗଡଜାତ ଅଞ୍ଚଳର ରାଜଧାନୀ । ଯେତେବେଳେ ଏନଏସି ଗଠନ ହେଲା ଜୁନାଗଡ଼କୁ ରାଜ୍ୟ ତଥା ଜାତୀୟ ସ୍ତରରେ ପରିଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଥିଲା । ହେଲେ ଗଠନର ୫୧ ବର୍ଷ ପରେ ମଧ୍ୟ ଜୁନାଗଡ଼ ଏନଏସି ଏବେ ନିଜର ପରିଚୟ ଖୋଜିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହର ୧୯୫୫ ମସିହାରେ ପଞ୍ଚାୟତ ଥିଲା । ମାର୍ଚ୍ଚ ମାସ ୧୮ ତାରିଖରେ ୧୯୭୦ ମସିହାରେ ୧୨ ଟି ୱାର୍ଡକୁ ନେଇ ବିଜ୍ଞାପିତ ଅଞ୍ଚଳ ବା ଏନଏସିରେ ପରିଣତ ହେଲା । ଏନଏସିରେ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୯ ଜଣ ନିର୍ବାହୀ ଅଧିକାରୀ ଯୋଗଦେଲେଣି । ହେଲେ ଆରମ୍ଭରୁ ହିଁ ସେହି ସମୟର ପଞ୍ଚାୟତ କୋଠାରେ କାର୍ଯ୍ୟାଳୟ ଚାଲିଛି । ଜୁନାଗଡ଼ ଏନଏସି ୧୯୯୫ ମସିହାରୁ ୧୯୯୯ ମସିହା ପର୍ଯ୍ୟନ୍ତ ଲଗାତାର ୪ ବର୍ଷ ଧରି ରାଜ୍ୟର ଶ୍ରେଷ୍ଠ ଏନଏସିର ମାନ୍ୟତା ପାଇଛି । ବର୍ତ୍ତମାନ ଜୁନାଗଡ଼ ଏନଏସି ୫୧ ବର୍ଷ ପୁରି ଯାଇଥିବା ବେଳେ ସ୍ୱର୍ଣ୍ଣ ଜୟନ୍ତୀରେ ନିଜର ନାମ ଲିପିବଦ୍ଧ କରିଛି । ହେଲେ ଏତେ ବର୍ଷ ପରେ ମଧ୍ୟ ଜୁନାଗଡ଼ ଏନଏସିର ନିଜସ୍ୱ କୋଠା ନାହିଁ । ପୁରୁଣା ପଞ୍ଚାୟତ କୋଠା ଭଗ୍ନ ଅବସ୍ଥାରେ ଆସିବା ପରେ ଗତ ଦୁଇବର୍ଷ ହେବ ପାଠାଗାର ପାଇଁ ନିର୍ମାଣ ହୋଇଥିବା କୋଠାରେ ଏନଏସି କର୍ଯ୍ୟାଳୟ ଚାଲିଛି । ଗତ ୨୦୧୪ ମସିହାରେ କଳାହାଣ୍ଡି ଜିଲ୍ଲାର ମନ୍ତ୍ରୀ ଗ୍ରାମ୍ୟ ଓ ନଗର ଉନ୍ନୟନ ମନ୍ତ୍ରୀ ଦାୟିତ୍ବଥିଲେ । ସେ ମଧ୍ୟ ଏହି ପୁରୁଣା ଏନଏସିର କର୍ଯ୍ୟାଳୟ ନିର୍ମାଣ ପାଇଁ ଭୁଲି ଯାଇଥିଲେ । କୌଣସି ବିଧାୟକ୍ ଏ ଦିଗରେ ଦୃଷ୍ଟି ନ ଦେବା ପରିତାପର ବିଷୟ ଜୁନାଗଡ଼ ଏନଏସିକୁ ସରକାର ଅନେକ ପାଣ୍ଠି ଯୋଗାଉଥିବା ବେଳେ ଏନଏସିର ନିଜସ୍ୱ ପାଣ୍ଠି ଅଛି । ଏନଏସି ପ୍ରତିବର୍ଷ ପ୍ରାୟ ୭୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆୟ କରିଥାଏ । ଯଦି ଏନଏସି ଦାୟିତ୍ବରେ ଥିବା ଅଧିକାରୀ ଓ ଜିଲ୍ଲା ପ୍ରଶାସନ ମାନେ ଏହି ଏନଏସି ପ୍ରତି ଟିକେ ବି ଆନ୍ତରିକତା ଦେଖାଉଥାନ୍ତେ ତାହେଲେ ଏହି ପାଣ୍ଠିରୁ ମଧ୍ୟ କାର୍ଯ୍ୟାଳୟ ନିର୍ମାଣ କରିପାରନ୍ତେ ।

ଏନଏସି କାର୍ଯ୍ୟାଳୟ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ମାନେ ପ୍ରତିବର୍ଷ ପ୍ରସ୍ତାବ ଦେଉଥିବା ବେଳେ ସରକାର ଉଦାସୀନତା ମନୋଭାବ ରଖି ଏହି ପ୍ରସ୍ତାବକୁ ଅଣଦେଖା କରାଯାଉଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

Leave a Reply

Your email address will not be published.