ଜଗତସିଂହପୁର,୦୬/୦୯/୨୦୨୨(ଓଡ଼ିଶା ସମାଚାର)-ଆଜି ଜିଲ୍ଲା ପରିଷଦ ଜଗତସିଂହପୁର ସମ୍ମିିଳନୀ କକ୍ଷରେ ଓରମାସ ଓ ଜିଲ୍ଲା ପ୍ରଶାସନ ମିଲିତ ଆନୁକୂଲ୍ୟରେ ଏକ ଦିବସିୟ ବହୁମୁଖୀ ଅଂଶିଦାର ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ଯୋଜନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାକୁ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଜଗତସିଂହପୁର ଉଦଘାଟନ କରି ଆମ ଜିଲ୍ଲାର ବେକାର ଯୁବକ ଓ ଯୁବତୀ ମାନଙ୍କୁ ଅଗ୍ରାଧିକାର ଭିତିରେ ଚିହ୍ନଟ କରି ବିଶିଷ୍ଟ ଦକ୍ଷତା ଓ କୈାଶଳ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ । ସଭାରେ ଉପସ୍ଥିତ ଥବା ଡି.ଡି.ଏମ୍,ନାବାର୍ଡ ବିଶ୍ୱ ଭୂଷଣ ମହାନ୍ତିଙ୍କୁ ଏକ ତାଲିମ କେନ୍ଦ୍ର ସ୍ଥାପନା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ,ୟୁକୋ ବ୍ୟାଙ୍କ ,ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଓରମାସ୍ ଶ୍ରୀ ସତ୍ୟ ସୁନ୍ଦର ଶିବରାମ ପାଇଟାଳ, ଡି.ପି.ଏମ୍,ଓଡିଶା ଜିବିକା ମିଶନ ,ଶ୍ରୀମତୀ ପ୍ରମେଶୀ ନାୟକ, ଡି.ପି.ସି, ମିଶନ ଶକ୍ତି ଅରିକ୍ ନାରାୟଣ,ଓରମାସ୍ର ପ୍ରଭାତ କୁମାର ଦାଶ, ଓାଇ.ପି .ପ୍ରଜ୍ଞା କର, ଜିଲ୍ଲା କୋ-ଅର୍ଡିନେଟର ଦକ୍ଷତା ବିକାଶ ପବିତ୍ର କୁମାର ସ୍ୱାଇଁ ଯୋଗ ଦେଇଥିଲେ ।
ମୁଖ୍ୟ ଉନ୍ନୟନ ଅଧିକାରୀ ସେଠାରେ ଉପସ୍ଥିତ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପାଇଟାଲ ଓ ବି.ପି.ଏମ୍ ପ୍ରତାପ ରୁଦ୍ର ନନ୍ଦଙ୍କୁ ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଲକର ଏକ ତଥ୍ୟ ଭିତିକ ଦକ୍ଷତା କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନା ପାଇଁ ନିର୍ଦ୍ଧେଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟ କ୍ରମରେ ସମସ୍ତ ବ୍ଲକର ବିଡିଓ,ବି.ପି.ଏମ୍,ବି.ପି.ସି,ଦକ୍ଷତା ସଂଯୋଜକ ମାନେ ଯୋଗଦେଇଥିଲେ । ଓରମାସ୍ ତରଫରୁ ଏକ ପ୍ରାମାଣିକ ଚଳଚିତ୍ର ଉପସ୍ଥାପନା କରାଯାଇଥିଲା । ଓଡ଼ିଶା ସମାଚାର