Thursday , June 1 2023
Breaking News
Home / ବିଶେଷ / ‘ଜଗବନ୍ଧୁ ଜରାଶ୍ରମ’ତରଫରୁ ପ୍ରତିଭା ସମ୍ମାନ ଓ ଗୁରୁ ପୂଜନ ଅନୁଷ୍ଠିତ

‘ଜଗବନ୍ଧୁ ଜରାଶ୍ରମ’ତରଫରୁ ପ୍ରତିଭା ସମ୍ମାନ ଓ ଗୁରୁ ପୂଜନ ଅନୁଷ୍ଠିତ

ଭୁବନ,୦୬/୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନ ର ଅନନ୍ୟ ତଥା ନିଆରା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜଗବନ୍ଧୁ ଜରାଶ୍ରମ ତରଫରୁ ପବିତ୍ର ଗୁରୁ ଦିବସ ଅବସରରେ ପ୍ରତିଭା ସମ୍ମାନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜରାଶ୍ରମ ସଂପାଦକ ଯୁବ ସମାଜସେବୀ ଆଶୁତୋଷ ମିଶ୍ର ଙ୍କ ସଂଯୋଜନାରେ ଶାସନ ଉପ୍ରା ବିଦ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ରେଣୁବାଳା କର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଚୈତନ୍ୟ ମିଶ୍ର ଯୋଗଦେଇ ପୁରସ୍କାର ଦ୍ୱାରା ଛାତ୍ରଛାତ୍ରୀ ଙ୍କ ମନୋବଳ ବୃଦ୍ଧି ପାଇବା ସହ ପାଠ ପଢା ପ୍ରତି ଆଗ୍ରହ ସୃଷ୍ଟି ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଏବିଇଓ ରାଜଲକ୍ଷ୍ମୀ ଟୁଡୁ ଜରାଶ୍ରମ ର ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ସରକାରୀ ବିଦ୍ୟାଳୟ ପ୍ରତି ନିଶ୍ଚିତ ଆକର୍ଷଣ କରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘ ସଭାପତି ଶ୍ରୀଧର ବେହେରା , କୃଷକ ପରିଷଦ ସଭାପତି ସୁରେନ୍ଦ୍ର କୁମାର ପୃଷ୍ଟି , ସୂଚନା ଅଧିକାର କର୍ମୀ ରଂଜନ ଦାସ , ଯୁବ ସାମ୍ବାଦିକ ସୁଦାମ ଭୂଇଁ ,ସମାଜସେବୀ ସନ୍ତୋଷ ଦ୍ୱିବେଦୀ , କାଉନସିଲର ସୁଚିତ୍ରା ସାହୁ ପ୍ରମୁଖ ଯୋଗ ଦେଇଥିଲେ ।  ଅଷ୍ଟମ ଶ୍ରେଣୀର ଉନ୍ନୀତ ୩ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ‘ଶରତଚନ୍ଦ୍ର ଶିକ୍ଷା ସମ୍ମାନ’ରେ ସମ୍ମାନୀତ କରାଯାଇ ପ୍ରଥମ ପୁରସ୍କାର ୩ ହଜାର , ଦ୍ୱିତୀୟ ପୁରସ୍କାର ୨୫୦୦ ଓ ତୃତୀୟ ପୁରସ୍କାର ୨ ହଜାର  ନଗଦ ରାଶି ସମେତ ପୁଷ୍ପଗୁଚ୍ଛ, ଉପଢୌକନ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.