କେନ୍ଦ୍ରାପଡ଼ା,୦୬/୦୯/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଅବସରପ୍ରାପ୍ତ ଶିକ୍ଷକମାନଙ୍କ ପ୍ରୋଭିଜନାଲ ପେନସନ, ଫାଇନାଲ ପେନସନ, ଭବିଷ୍ୟନିଧି ପାଣ୍ଠି, ଗ୍ରାଚୁଇଟି, ଛୁଟି ମଞ୍ଜୁରୀ, ବକେୟା ଅର୍ଥ ପ୍ରଦାନ ବାବଦ ସମସ୍ୟା ଏବଂ ଚାକିରୀ କରିଥିବା ଶିକ୍ଷକମାନଙ୍କ ଛୁଟି ମଞ୍ଜୁରୀ ଓ ବିଚାରଧିନ ବିଷୟ ଗୁଡିକର ତୁରନ୍ତ ସମାଧାନ ଉଦ୍ଧେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମାଧାନ ଶିବିର ପଟ୍ଟାମୁଣ୍ଡାଇର ନୂତନ ଅଡିଟୋରିୟମରେ ଆସନ୍ତା ୧୧.୯.୨୦୨୨ରିଖ ରବିବାର ସକାଳ୧୦ଘଟିକା ସମୟରେ ଅନୁଷ୍ଠିତ ହେବ । ସୂଚନା ଯୋଗ୍ୟ ଯେ ଶିକ୍ଷକ ନିଯୁକ୍ତି ଓ ବଦଳି ସମ୍ପର୍କରେ ଥିବା ସମସ୍ୟାକୁ ସେହି ଶିବିରରେ ବିଚାର କରାଯିବ ନାହିଁ । ଏହି ଶିବିରକୁ ଆସୁଥିବା କାର୍ଯ୍ୟରତ ଶିକ୍ଷକ/ ଅବସରପ୍ରାପ୍ତ ଶିକ୍ଷକମାନେ ସେମାନଙ୍କର ସମସ୍ୟା ସମାଧାନ ପାଇଁ ଉପଯୁକ୍ତ କାଗଜପତ୍ର ଓ ପ୍ରମାଣପତ୍ର ସାଙ୍ଗରେ ନେଇ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସେହି ଶିବିରରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀମାନେ ଯୋଗ ଦେବାକୁ ଜିଲ୍ଲାପାଳ ଅମ୍ରିତ ରୁତୁରାଜ ନିର୍ଦ୍ଧେଶ ଦେଇଛନ୍ତି । ଓଡ଼ିଶା ସମାଚାର