Saturday , June 10 2023
Breaking News
Home / ବିଶେଷ / ଓଡିଶା ପ୍ରଶାସନିକ ଅଧିକାରୀଙ୍କୁ ମହେଶ କର ସ୍ମୃତି ସମ୍ମାନ ପ୍ରଦାନ

ଓଡିଶା ପ୍ରଶାସନିକ ଅଧିକାରୀଙ୍କୁ ମହେଶ କର ସ୍ମୃତି ସମ୍ମାନ ପ୍ରଦାନ

 କେନ୍ଦ୍ରାପଡା, ୦୬/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଓଡିଶା ପ୍ରଶାସନିକ ସେବା ଅଧିକାରୀ ହରପ୍ରିୟା ପୃଷ୍ଟିଙ୍କୁ ତାଙ୍କ ଡେରାବିଶ ବ୍ଲକ ଅନ୍ତର୍ଗତ ସବଳଙ୍ଗ (କଣିପଡା)ସ୍ଥିତ ବାସଭବନରେ ପୁଷ୍ପଗୁଛ, ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସ୍ୱର୍ଗତ ମହେଶ କର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି । ସୁଶ୍ରୀ ପୃଷ୍ଟି ଏକ ନିମ୍ନ ମଧ୍ୟବିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଶିକ୍ଷା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦିତ କରିବା ସହ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱର ସହ ଉତୀର୍ଣ୍ଣ ହୋଇ ଆମ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ତେଣୁ ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ସଭାପତି ପ୍ରଦୀପ କୁମାର ମହାନ୍ତି ଓ ସଭ୍ୟ ତଥା ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ ତାଙ୍କ ସବଳଙ୍ଗସ୍ଥିତ ବାସଭବନରେ ପହଂଚି ସୁଶ୍ରୀ ପୃଷ୍ଟିକୁ ମାନପତ୍ର, ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱର୍ଗତ ମହେଶ କର ସ୍ମୃତି ସମ୍ମାନରେ ସମ୍ମାନିତ କରିବା ସହ ତାଙ୍କର ଉତରୋର ଉନ୍ନତି କାମନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.