Sunday , May 28 2023
Breaking News
Home / ସ୍ୱାସ୍ଥ୍ୟ / ୩୦ ଜଣ ଶିଶୁ ଙ୍କ ସମେତ ୧୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ,ଜଣେ ସଂକ୍ରମିତ ଙ୍କ ମୃତ୍ୟୁ

୩୦ ଜଣ ଶିଶୁ ଙ୍କ ସମେତ ୧୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ,ଜଣେ ସଂକ୍ରମିତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୦୫/୦୯/୨୦୨୨(ଓଡ଼ିଶା ସମାଚାର)- ଗତକାଲି ୨୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୪ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୩୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବର ଜିଲ୍ଲାରୁ ୪, ବରଗଡ଼ରୁ ୪, ଭଦ୍ରକରୁ ୧, ବଲାଙ୍ଗୀରରୁ ୨ ଜଣ, ବୌଦ୍ଧରୁ ୧, କଟକରୁ ୮ ଜଣ, ଦେବଗଡ଼ରୁ ୩, ଢେଙ୍କାନାଳରୁ ୧ ଜଣ, ଗଞ୍ଜାମରୁ ୧, ଜଗତସିଂହପୁରରୁ ୪ ଜଣ, ଯାଜପୁରରୁ ୬ ଜଣ, ଝାରସୁଗୁଡ଼ାରୁ ୪, କଳାହାଣ୍ଡି ଜିଲ୍ଲାରୁ ୧ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦୁଝରରୁ ୧, ଖୋର୍ଦ୍ଧା ଜିଲ୍ଲାରୁ ୩୬, କୋରାପୁଟରୁ ୧, ମୟୂରଭଞ୍ଜରୁ ୬ ଜଣ, ନବରଙ୍ଗପୁରରୁ ୧୮ ଜଣ, ନୟାଗଡ଼ ଜିଲ୍ଲାରୁ ୧୪ ଜଣ, ନୂଆପଡ଼ାରୁ ୩, ପୁରୀରୁ ୬ ଜଣ, ରାୟଗଡ଼ାରୁ ୩, ସମ୍ବଲପୁରରୁ ୪ ଜଣ, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୨୭ ଜଣ ଓ ଷ୍ଟେଟପୁଲ ରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପର୍ୟ୍ୟନ୍ତ ରାଜ୍ୟରେ ୧୩, ୨୮, ୬୪୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ମୃତକ ଭଦ୍ରକ ଜିଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୮୧ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି ।ଗତ କିଛି ମାସ ଧରି ମୃତ୍ୟୁ ସଂଖ୍ୟା ସ୍ଥିର ରହିଥିବାବେଳେ ଗତ କିଛି ଦିନ ଧରି ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।
ସେହିପରି ୧୩, ୧୭, ୬୮୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୭୨୩ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.