Wednesday , May 31 2023
Breaking News
Home / ବିଶେଷ / ସେବା ନିବୃତ ପ୍ରାଧ୍ୟାପକ ନୀରୋଦ ଦାସ ସମ୍ବର୍ଦ୍ଧିତ 

ସେବା ନିବୃତ ପ୍ରାଧ୍ୟାପକ ନୀରୋଦ ଦାସ ସମ୍ବର୍ଦ୍ଧିତ 

ଗରଦପୁର, ୦୫/୦୯/୨୦୨୨(ଓଡ଼ିଶା ସମାଚାର)- କଟକ ଜିଲା ଅନ୍ତର୍ଗତ ନିଆଳିସ୍ଥିତ ଏରଂଚ ଠାରେ ରାଜ୍ୟ ଲୋକକଳା ଏକାଡ଼େମୀ ଓ ରାଜ୍ୟ ସଂକୀର୍ତନ ଉନ୍ନୟନ ପରିଷଦ ଦ୍ୱାରା ଅନୁଷ୍ଠିତ ଗୁରୁ ପୂଜନ ଉତ୍ସବରେ ପାଟକୁରା ଅଂଚଳର ବିଶିଷ୍ଟ ସାରସ୍ୱତ ସାଧକ ଓ ପାଲା ଗବେଷକ ସେବା ନିବୃତ ପ୍ରାଧ୍ୟାପକ ନୀରୋଦ କୁମାର ଦାସ ଙ୍କୁ ଗାୟକ ଶେଖର କାବ୍ୟ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉଲେଖନୀୟ ଏହିକି ରାଜ୍ୟ ଲୋକକଳା ଏକାଡ଼େମୀ ଦ୍ୱାରା ଓଡ଼ିଶା ର ବର୍ଷିୟାନ ପାଲା ଗାୟକ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ଗୁରୁ ପୂଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଗୁରୁ ପୂଜନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ପ୍ରାଧ୍ୟାପକ ଶ୍ରୀ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବକ୍ତୃତା ସହିତ ଛାନ୍ଦ ଓ ଚମ୍ପୁ ଗାୟନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରାଧ୍ୟାପକ ଶ୍ରୀ ଦାସଙ୍କୁ ଉତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା ।  ପ୍ରାଧ୍ୟାପକ ଶ୍ରୀ ଦାସ ଅବିଭକ୍ତ ପୁରୀ ଓ କଟକ ଜିଲାର ଅନେକ ମଂଚରେ ପ୍ରାଚୀନ ଓଡ଼ିଆ ସାହିତ୍ୟ ଆଲୋଚନା ସହିତ ଛାନ୍ଦ , ଚମ୍ପୁ ଗାୟନ କରି ପାଲା କଳାକାରଙ୍କ ନିକଟରେ ପ୍ରିୟ ଭାଜନ ହୋଇ ପାରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.