ଅନୁଗୋଳ,୦୫/୦୯/୨୦୨୨(ଓଡ଼ିଶା ସମାଚାର)- ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚାଙ୍ଗୁଡିଆ ପଞ୍ଚାୟତ କାଳୀମନ୍ଦିର ଠାରେ ବିଜୁ ଯୁଯୁବ ଜନତାଦଳ ଓ ଓଡିଶା ମୋ ପରିବାର ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଶିବିରରେ ୪୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ଚାରାରୋପଣ କରିଥିଲେ। ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଏହି ରକ୍ତଦାନ ଶିବିରକୁ ଉଦ୍ ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ଉପାଧ୍ୟକ୍ଷା ଝରଣା ସାହୁ, ଜିଲ୍ଲା ପରିଷଦ ପ୍ରଦୀପ କୁମାର ସାହୁ, ବ୍ଲକ ସଭାନେତ୍ରୀ ତୃପ୍ତିମଞ୍ଜରୀ ଗଡ଼ନାୟକ ଯୋଗଦେଇଥିଲେ। ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ସତ୍ୟବ୍ରତ ଦେହୁରୀ ଓ ବ୍ଲକ ସଭାପତି ଆଶିଷ କୁମାର ପ୍ରଧାନଙ୍କ ତତ୍ତ୍ୱାବଧ।ନରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ୟ୍ୟକ୍ରମକୁ ଚାଙ୍ଗୁଡିଆ ବିଜେଡି ବରିଷ୍ଠ ନେତା ଖଗପତୀ ପ୍ରଧାନ , ସାଜନ ସାହୁ , ଉମାକାନ୍ତ ପ୍ରଧାନ , ଭୋଳେଶ୍ୱର ସାହୁ ଓ ବିଜୁ ଯୁବ ଜନତା ଦଳର କର୍ମର୍ତ୍ତାମାନେ ଆୟୋଜନ କରିଥିଲେ।