ଜଗତସିଂହପୁର, ୦୫/୦୯/୨୦୨୨(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ନୂଆଗାଁ ପଂଚାୟତ ନୂଆଗାଁ ଗ୍ରାମର ଇତିଶ୍ରୀ ଭୂୟାଁ ବିଜୁ ଜନତାଦଳର ରାଜ୍ୟ ସଂପାଦକ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁଜନତାଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି । ସେ ପୂର୍ବରୁ ଏରସମା ବ୍ଲକ ୪ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଥିଲେ । ଶ୍ରୀମତୀ ଭୂୟାଁଙ୍କ ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ତୁଲେଇବା ସହିତ ଜିଲ୍ଲା ପରିଷଦ ଭଳି ଗୁରୁତ୍ୱ ବାନ ଦାୟିତ୍ୱ ମଧ୍ୟ ନିର୍ବାହ କରିଛନ୍ତି । ଏହି ଭଳି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ , ଜଗତସିଂହପୁର ଜିଲ୍ଲା ବିଧାୟକ ତଥା ରାଜ୍ୟ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି , ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସନ୍ନ ଜେନା , ଏରସମା ବ୍ଲକ ବିଜୁଜନତା ଦଳର ସଭାପତି ପୀତବାସ ଗଛାୟତ, ଜିଲ୍ଲା ପରିଷଦ ସଭ୍ୟା ରୁନିଲତା ବେହେରା, ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର , ଏରସମା ବ୍ଲକ ସାଂସଦଙ୍କ ପ୍ରତିନିଧି ଅକ୍ଷୟ ସ୍ୱାଇଁଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।