କଟକ ସଦର ୦୫ /୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ନମାଜ ପଡିଆ ନିକଟସ୍ଥ ନିହାନମହଲା ଠାରେ ଗତ ମାସ ୧୦ ତାରିଖ ରାତିରେ ତାଲିଵାନୀ ଷ୍ଟାଇଲରେ ତଣ୍ଟି କାଟି ଜଣେ ଅଟୋଚାଳକ ଅଵଦୁଲ କାଦରଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ୧୧ ତାରିଖ ସକାଳେ ଜଣାପଡିଥିଲା। ପୋଲିସ ଅନୁସନ୍ଧାନ କରି ହତ୍ୟାକାଣ୍ଡରେ ସଂପୃକ୍ତ ମୂଖ୍ୟ ଅଭିଯୁକ୍ତ ଖଣ୍ଡି ସଚିନ୍ ଓରଫ ମହମ୍ମଦ ସତାର(୨୧) ସହ ହତ୍ୟାରେ ସହଯୋଗ କରିଥିବା ଦୁଇ ଜଣ ମହିଳା ଓ ଜଣେ ନାବାଳକଙ୍କୁ ଗିରଫ କରି ଜେଲ୍ ପଠାଇଥିଲେ। ଅନୁସନ୍ଧାନରୁ ପୁଣି ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିଵାରେ ସେହି ପ୍ରହରାଜପୁରର ସେକ୍ ସାଜନ ଓ ଜଗତସିଂହପୁରର ତହତ୍ ଦୁଇ ଜଣ ହତ୍ୟାକାଣ୍ଡରେ ସଂପୃକ୍ତ ବୋଲି ଜଣାପଡିଥିଲା। ସେହି ଦୁଇ ଜଣଙ୍କୁ ଆଜି (ସୋମବାର) ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।ହେଲେ ଏହି ସମ୍ବେଦନଶୀଳ ହତ୍ୟାକାଣ୍ଡର ସଂପୂର୍ଣ୍ଣ ବିବରଣୀ ଆସନ୍ତା କାଲି ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ପୋଲିସ୍ ଦେଵା ପାଇଁ ସ୍ଥିର କରାଯାଇଛି ବୋଲି ଥାନା ଅଧିକାରୀ ରଶ୍ମୀରଂଜନ ଦାସଙ୍କ ଠାରୁ ଜଣାଯାଇଛି । ଓଡ଼ିଶା ସମାଚାର