ମାହାଙ୍ଗା, ୫/୦୯/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ମାହାଙ୍ଗା ବ୍ଲକ ପୋଡାମରାଇ ପଞ୍ଚାୟତ ଏରକଣା ଗ୍ରାମରେ ଜଣେ ପାଗଳର ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ତିନିଜଣ ଗୁରୁତ୍ତର ଆହତ ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତ ଜଣକ ହେଉଛନ୍ତି ସିନ୍ଧୂପୂର୍ ଗ୍ରାମର ଅଶୋକ ସେଠୀ ଙ୍କ ୨୭ ବର୍ଷ ର ପୁଅ ସନ୍ତୋଷ ସେଠୀ। ଏହି ଘଟଣାରେ ଅକ୍ଷୟ ପଳେଇଙ୍କ ୧୭ ବର୍ଷ ର ପୁତ୍ର ସୌମ୍ୟରଞ୍ଜନ ପଳେଇ ମୃତ୍ୟୁବରଣ କରିଥିବା ବେଳେ ଏରକଣା ଗ୍ରାମର କୈବଲ୍ୟ ପଳେଇଙ୍କ ବେକ କଟିଛି ,ସେହିପରି ଜ୍ଞାନରଞ୍ଜନ ପଳେଇଙ୍କ ମୁଣ୍ଡ ଫାଟି ଥିବା ବେଳେ ଚିନ୍ମୟ ମଲିକଙ୍କ ନାକ କଟି ଗୁରୁତ୍ତର ଆହତ ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ରେ ଚିକିତ୍ସାଧୀନ ଅଛନ୍ତି। ଖବର ପାଇଁ ମାହାଙ୍ଗା ପୋଲିସ ଅଭିଯୁକ୍ତ ସନ୍ତୋଷ କୁ ଗିରଫ କରି ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଗତକାଲି ସୌମ୍ୟରଞ୍ଜନ ପୋଡ଼ାମରାଇ ଗ୍ରାମରେ ଗଣେଶ ଭସାଣ ଉତ୍ସବ ହେଉଥିବାରୁ ଏରକଣା ଗ୍ରାମର କିଛି ସାଙ୍ଗଙ୍କ ସହ ସେଠାକୁ ଯାଇଥିଲେ। ବିଳମ୍ବିତ ରାତିରେ ଭସାଣ ଶେଷ ହେବା ପରେ ଘରକୁ ଏରକଣା ଗ୍ରାମର ଯୁବକମାନେ ଆସୁଥିବା ବେଳେ ସିନ୍ଦୂପୂର ଗ୍ରାମର ଜଣେ ବ୍ୟକ୍ତି ହାତରେ ଧାରୁଆ ମାରଣାସ୍ତ୍ର ଧରି ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪ଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରତ କରାଯାଇଥିଲା। ଏଣେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନ ପଲେଇଙ୍କର ମୃତ୍ୟୁ ଘଟିଛି। ଓଡ଼ିଶା ସମାଚାର