Wednesday , May 31 2023
Breaking News
Home / ବିଶେଷ / ନିଲମ୍ୱିତ ରିଟେଲରଙ୍କୁ ପୁନଃ ଲାଇସେନ୍ସ ପ୍ରଦାନକୁ ବିରୋଧ

ନିଲମ୍ୱିତ ରିଟେଲରଙ୍କୁ ପୁନଃ ଲାଇସେନ୍ସ ପ୍ରଦାନକୁ ବିରୋଧ

କେନ୍ଦ୍ରାପଡ଼ା, ୦୫/୦୯/୨୦୨୨(ଓଡ଼ିଶା ସମାଚାର)- ୫୦ ଜଣଙ୍କ ଖାଉଟି ସାମଗ୍ରୀ ହଡ଼ପ କରିବା ଅଭିଯୋଗରେ ନିଲମ୍ୱିତ ହୋଇଥିବା ରିଟେଲରକୁ ପୁନଃଲାଇସେନ୍ସ ଦେବା ନେଇ ଶତାଧିକ ଲୋକ କେନ୍ଦ୍ରାପଡ଼ା ଜିଲ୍ଲା କାର୍ୟ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି। ଗରଦପୁର ବ୍ଲକ ପଦ୍ମପୁର ପଞ୍ଚାୟତ କିଣିଲୋ ଗ୍ରାମର ରିଟେଲର ଦୁଷ୍ମନ୍ତ ସେନାପତି ଗତ ଦୁଇବର୍ଷ ପୂର୍ବେ ୫୦ ଜଣଙ୍କ ଖାଉଟି ସାମଗ୍ରୀ ହଡ଼ପ ଅଭିଯୋଗରେ ନିଲମ୍ୱିତ ହୋଇଥିଲେ। ଏଥିସହିତ ତାଙ୍କ ଲାଇସେନ୍ସ ରଦ୍ଧ ହୋଇଥିଲା। ସେ ବର୍ତ୍ତମାନ ପାଟକୁରାର କେତେଜଣ ମୁଷ୍ଟିମେୟଙ୍କୁ ଧରି ପୁନଃଲାଇସେନ୍ସ ହାତେଇ ଥିବା ନେଇ ସ୍ଥାନୀୟ ଲୋକେ ଜାଣିବା ପରେ ଏହାର ବିରୋଧ କରିଛନ୍ତି। ଆଗାମୀ ମାସରେ ଦୁଷ୍ମନ୍ତ ପୁଣି ଖାଉଟି ସାମଗ୍ରୀ ବଣ୍ଟନ କରିବେ ବୋଲି ଜାଣିବା ପରେ ସ୍ଥାନୀୟ ଲୋକେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି। କାହିକିଁ ଓ କେମିତି ଦୁଷ୍ମନ୍ତକୁ ପୁଣି ଲାଇସେନ୍ସ ଦିଆଗଲା ସେ ନେଇ ପ୍ରଶ୍ନ କରିଛନ୍ତି।

ସୂଚନା ମୁତାବକ, ରିଟେଲର ଦୁଷ୍ମନ୍ତ ସେନାପତି ବର୍ଷ ବର୍ଷ ଧରି ଚାଉଳ, ଗହମ ଓ କିରୋସିନ ହଡ଼ପ କରୁଥିଲେ। କେବଳ ସେତିକି ନୁହେଁ ବିବାହିତ ଝିଅ ଓ ମୃତ ବ୍ୟକ୍ତିଙ୍କ ଚାଉଳ, ଗହମ, କିରୋସିନ ଆତ୍ମସାତ କରୁଥିବା ଅଭିଯୋଗ ହୋଇଥିଲା। ଏହା ହିତାଧିକାରୀ ଜାଣିବା ପରେ ସେତେବେଳେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବତନ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଗୁରୁତର ଭାବେ ଗ୍ରହଣ କରି ଯୋଗାଣ ବିଭାଗ ଅଧିକାରୀଙ୍କୁ  ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଡିଲରଙ୍କ ଘୋଟାଲା ପ୍ରମାଣିତ ହେବା ପରେ ଦୁଷ୍ମନ୍ତଙ୍କୁ  ନିଲମ୍ୱିତ କରାଯାଇଥିଲା।

Leave a Reply

Your email address will not be published.