ସିଂଘମ ଡାନ୍ସ ଗ୍ରୁପ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଲା –
ନିରାକାରପୁର, ୦୫ /୦୯/୨୦୨୨(ଓଡ଼ିଶା ସମାଚାର)- ଆଜି ଖୋର୍ଦ୍ଧା ଜିଲ୍ଲା ଜଂକିଆ ବାସନ୍ତୀ କ୍ଲବ ପଡ଼ିଆରେ ଅନୁଷ୍ଠିତ ପଲ୍ଲୀ ଉତ୍ସବର ସନ୍ଧ୍ୟା ଷଷ୍ଠ ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦର୍ଶକ ମନଭରି ଉପଭୋଗ କରିଥିବାବେଳେ ସିଂଘମ ଡାନ୍ସ କଳାକାରମାନେ ମଧ୍ୟ ନିଜନିଜର କଳା ପ୍ରଦର୍ଶନ କରି ସମସ୍ତଙ୍କ ମନ ମୋହିଥିଲା। ସେହିପରି ଭୁବନେଶ୍ୱର ଶିଳ୍ପୀ କଳାକାରମାନେ ମଧ୍ୟ ସେମାନଙ୍କ ନୃତ୍ୟ ରେ ଦର୍ଶକ ଙ୍କୁ ମତୁଆଲା କରି ଥିଲେ। ଷଷ୍ଠ ସନ୍ଧ୍ୟା ରେ କମିଟି ସଭାପତି କୃଷ୍ଣ ଚନ୍ଦ୍ର ନରେନ୍ଦ୍ରଙ୍କ ସଭାପତିତ୍ବ କରିଥିବାବେଳେ ଅତିଥଭାବେ ରାଜ୍ୟ ମହିଳା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର, ଡଃ ପ୍ରତିଭା ମହାରଥୀ, ଖୋର୍ଦ୍ଧା ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ବିଶ୍ବଜିତ ପ୍ରଧାନ, ଶିକ୍ଷକ ବସନ୍ତ ସ୍ବାଇଁ ,ସମାଜସେବୀ ଅକ୍ଷୟ ଉଦୟସିଂ, କାର୍ଯ୍ୟକ୍ରମ ମୁଖ୍ୟ ସଂଯୋଜକ ବିଶ୍ବଭୂଷଣ ଛୋଟରାୟ ପ୍ରମୁଖ ଯୋଗଦେଇ ଏହି ଅଞ୍ଚଳର ବିକାଶ ସହିତ ସ୍ଥାନୀୟ କଳାକାର ମାନଙ୍କ ଅନ୍ତର୍ନିହିତ କଳାକୁ ବିକଶିତ କରିବା ପାଇଁ ଏହା ଏକ ପ୍ରକୋଷ୍ଠ ସ୍ଥାନ ବୋଲି ମତବ୍ୟକ୍ତ କରିଥିଲେ। ଉପସ୍ଥାପକଭାବେ କମଳେଶ ମହାରଣା, ଅଶ୍ଵିନୀ ମହାନ୍ତି ଥିବାବେଳେ ଦାଶରଥି ବିଶୋଇ, ପ୍ରଦୀପ୍ତ ପାଟ୍ଟଶାଣୀ , କେଦାର ବଳବନ୍ତରାୟ, ପ୍ରଦୀପ୍ତ ରାଉତରାୟ, ସୁରେନ୍ଦ୍ରନାଥ ଜେନା ଓ ବୁଦ୍ଧଦେବ ଚଂପତି ପ୍ରମୁଖଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିଲେ। ଏହି ପଲ୍ଲୀ ଉତ୍ସବ ପଡ଼ିଆରେ ଲୋକମାନଙ୍କୁ ରାମଦୋଳି, ଡ୍ରାଗୋନ ଟ୍ରେନ ଓ ବ୍ରେକ ଡାନ୍ସ ବେଶ ଆକୃଷ୍ଟ କରିଥିବାବେଳେ ବିଭିନ୍ନ ଘରକରଣା ଜିନିଷ, ଖେଳନା ଦୋକାନ ରେ ଲୋକଙ୍କ ଭିଡ ଜମୁ ଥିବାର ଦେଖିବାକୁ ମିଳିଛି। ଓଡ଼ିଶା ସମାଚାର