ବ୍ରହ୍ମଗିରି,୦୪ /୦୯/୨୦୨୨(ଓଡ଼ିଶା ସମାଚାର)- ଆଜି ସନ୍ଧ୍ୟାରେ ଚିଲିକାରେ ଏକ ଅଘଟଣ ଘଟିଛି । ଚିଲିକାରେ ଡଙ୍ଗା ବୁଡ଼ିବା ଯୋଗୁଁ ମୋଟ୍ ୧୩ ଜଣ ଙ୍କ ମଧ୍ୟରୁ ୧୧ ଜଣ ଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ୨ ଜଣ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଦୁଇ ଜଣ ଙ୍କ ପରିଚୟ ମିଳିଛି । ମୃତକ ୨ ଜଣ ପୁରୀ ଅଂଚଳର । ଜଣେ ହେଉଛନ୍ତି ପୁରୀ ତଳମାଳିସାହିର ରାକେଶ ସ୍ୱାଇଁ ଓ ଅନ୍ୟଜଣେ ପୁରୀ ମାର୍କଣ୍ଡେଶ୍ୱର ସାହିର ସୌମେନ୍ଦ୍ର ମହାନ୍ତି । ଦୁଇ ମୃତ ଦେହକୁ ପୋଲିସ ଜବତ କରିଛି । ତାହା ବ୍ୟବଛେଦ ପାଇଁ ପଠାଯିବ ।
ସୂଚନା ଅନୁସାରେ, କୃଷ୍ଣପ୍ରସାଦ ବ୍ଲକ ଗମ୍ଭାରୀ ଗାଁ ପାଖରୁ ୧୩ ଜଣ ଭୋଜି କରିବାକୁ କାଳିଜାଇ କୁଦାକୁ ଯାଇଥିଲେ। ସେଠାରେ ଭୋଜି ସାରି ଫେରିବା ବେଳେ ହଠାତ ପବନ ବର୍ଷା ହେବାରୁ ଡ଼ଙ୍ଗାଟି ବୁଡିଯାଇଥିଲା। ୧୦ ଜଣଙ୍କୁ ମତ୍ସ୍ୟଜୀବିମାନେ ଉଦ୍ଧାର କରିଥିଲେ। ପରେ ଆଉ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣା ସ୍ଥଳରେ ବ୍ରହ୍ମଗିରି ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକେ ଉଦ୍ଧାର କାର୍ୟ୍ୟ ରେ ଲାଗିପଡ଼ିଥିଲେ। ଓଡ଼ିଶା ସମାଚାର