କେନ୍ଦ୍ରାପଡ଼ା ,୦୫/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା କଂଗ୍ରେସ ପକ୍ଷରୁ ମାଟି ପାଇଁ ପାଟି ଖୋଲ ଆହ୍ୱାନରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ରାଜ୍ୟ ଛାତ୍ର କଂଗ୍ରେସ ନେତା ୟାସିର ନୱାଜ ଦାବି କରିବା ସହ ଏଥିପାଇଁ ଭୁବନେଶ୍ୱରରେ ରାଜ୍ୟ ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି କଜଳାସ୍ଥ କଂଗ୍ରେସ ଭବନରେ ଅନୁଷ୍ଠିତ ଜିଲ୍ଲା ଛାତ୍ର କଂଗ୍ରେସ କାର୍ୟ୍ୟକାରୀ ବୈଠକରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରୀ ନୱାଜ ଚଳିତ ମାସ ୩୦ ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ କ୍ୟାମ୍ପସ କମିଟି ଗଠନ ଶେଷ କରିବା ଓ ଆସନ୍ତା ଅକ୍ଟୋବରରେ କ୍ୟାମ୍ପସ କମିଟି ସଭ୍ୟମାନଙ୍କୁ ନେଇ ବଡ଼ଧରଣ ଛାତ୍ର କଂଗ୍ରେସ ସମ୍ମିଳନୀ କରିବାକୁ ସେ ଛାତ୍ର ନେତାଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ ଜିଲ୍ଲା କାର୍ୟ୍ୟକାରିଣୀ ବୈଠକରେ ସଭାପତିତ୍ୱ କରି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତର ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୌରାଞ୍ଚଳରେ ଛାତ୍ର କଂଗ୍ରେସ ସଂଗଠନକୁ ଅଧିକ କ୍ରିୟାଶୀଳ କରିବାର ସଂକଳ୍ପ ଘୋଷଣା କରିଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲାରୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଅଳଭା ଗ୍ରାମର ସଂଗ୍ରାମୀ ଛାତ୍ରନେତା ସମ୍ରାଟ କୁମାର ଜେନା ଅଖିଳ ଭାରତ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଓ ଛାତ୍ର କଂଗ୍ରେସ ନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ରାଜକନିକା ବ୍ଲକର ବରୁଣାଡିହା ପଞ୍ଚାୟତର ସମିତି ସଭ୍ୟ ଭାବେ ବିବେଚିତ ହୋଇଥିବାରୁ ଜିଲ୍ଲା ଛାତ୍ର କଂଗ୍ରେସ ଉଭୟଙ୍କୁ ସମ୍ୱର୍ଦ୍ଧିତ କରିଥିଲା। ଆସନ୍ତା ୭ରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କନ୍ୟାକୁମାରୀଠାରୁ ଆରମ୍ଭ କରାଯାଇଥିବା ଭାରତ ଯୋଡ ଅଭିଯାନକୁ ସ୍ୱାଗତ କରିବା ସହ ଜାନୁଆରୀ ୩୦ ଶେଷ ମଧ୍ୟରେ ସାମିଲ ହେବାକୁ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଂଶୁମାନ ମହାନ୍ତି, ଗଣେଶ୍ୱର ବେହେରା, ଅନୁଲେଖା ଦୋଷା (ଓଡ଼ିଶା ଛାତ୍ର କଂଗ୍ରେସ ପ୍ରଭାରୀ), ଚିନ୍ମୟ ପ୍ରସାଦ ବେହୁରା, ପ୍ରଫୁଲ୍ଲ ଦାସ, ସତ୍ୟ ସାମଲ, ମୁକ୍ତାର ଖାଁ, ରାଜେଶ ମହାନ୍ତି, ଉମା ଶଙ୍କର ଜେନା, ରତିକାନ୍ତ ସାମଲ, ଅଶୁତୋଷ ସାମନ୍ତରାୟ, ଆଶିଷ କୁମାର ମାହୁନ୍ତ, ବିଶ୍ୱଭୂଷଣ ମହାପାତ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।