Wednesday , May 31 2023
Breaking News
Home / ବିଶେଷ / କେନ୍ଦ୍ରାପଡା ଜୀବନବୀମା ଅଭିକର୍ତା ସଂଘର କଲମଛାଡ ଆନ୍ଦୋଳନ

କେନ୍ଦ୍ରାପଡା ଜୀବନବୀମା ଅଭିକର୍ତା ସଂଘର କଲମଛାଡ ଆନ୍ଦୋଳନ

କେନ୍ଦ୍ରାପଡ଼ା, ୦୫/୦୯/୨୦୨୨(ଓଡ଼ିଶା ସମାଚାର)- ସର୍ବ ଭାରତୀୟ ଜୀବନବୀମା ଅଭିକର୍ତା ସଂଘ ଡାକରାରେ ସଂଘର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ତିନିମୁହାଣୀ ଜୀବନବୀମା କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବିରେ ବିକ୍ଷୋଭ  ପ୍ରଦର୍ଶନ ସହ କଲମଛାଡ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ସଂଘର କେନ୍ଦ୍ରାପଡା ଜିଲ୍ଲା ଶାଖାର ସମସ୍ତ ଅଭିକର୍ତା ଓ ମାର୍ଶାଘାଇ ଜୀବନବୀମା ଶାଖା କାର୍ଯ୍ୟାଳୟ ସମ୍ମୁଖରେ ମାର୍ଶାଘାଇ ଜୀବନବୀମା ଅଭିକର୍ତାମାନେ ଏହି ବିକ୍ଷୋଭ ଏବଂ କଲମଛାଡ ଆନ୍ଦୋଳନରେ ସାମିଲ ହୋଇଥିଲେ । ସଂଘ ପକ୍ଷରୁ ରଖାଯାଇଥିବା ଦାବି ଗୁଡିକ ମଧ୍ୟରେ ବୀମା ପଲିସୀଧାରୀଙ୍କ ପାଇଁ ବୋନସ ବୃଦ୍ଧି କରାଯିବା ସହିତ ବୀମା ପ୍ରିମିୟମରୁ ଜିଏସଟିକୁ ବାଦ ଦିଆଯିବା, ଋଣ ଉପରେ ସୁଧ ହ୍ରାସ କରାଯିବା,  ଦୀର୍ଘ ୬୬ବର୍ଷ ତଳେ ଜୀବନବୀମା ନିଗମ ପକ୍ଷରୁ ବୀମା ଅଭିକର୍ତାଙ୍କ ପାଇଁ ପ୍ରସ୍ତୁତ ସୁବିଧା ସୁଯୋଗର ପରିବର୍ତନ କରାଯିବା, ଅଭିକର୍ତାଙ୍କୁ ଗ୍ରାଚୁ୍ୟଇଟି ପ୍ରଦାନ ସହ ସେମାନଙ୍କ ପାଇଁ ଆର୍ଥିକ ସୁରକ୍ଷାର ବ୍ୟବସ୍ଥା କରାଯିବା, ଚିଫ ଲାଇଫ ଇନସୁରାନ୍ସ ଆଡଭାଇଜର ଚ୍ୟାନେଲର ସୁବିଧା ପ୍ରଦାନ ପ୍ରଭୃତି ଦାବି ଗୁଡିକ ରହିଛି । ସୋମବାର କେନ୍ଦ୍ରାପଡା ଅଭିକର୍ତା ସଂଘ ପକ୍ଷରୁ କଲମ ଛାଡ ଆନ୍ଦୋଳନ କରାଯାଇଥିବା ବେଳେ ଆସନ୍ତା ୯ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡା ଶାଖାର ଅଭିକର୍ତାମାନେ କୌଣସି ବୀମା ବିଜନେସ ପ୍ରଦାନ ନକରିବାକୁ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି ।  ଅଭିକର୍ତା ସଂଘର କେନ୍ଦ୍ରାପଡା ଶାଖା ସଭାପତି ନାରାୟଣ ଜେନା, ସମ୍ପାଦକ ଚିତରଞ୍ଜନ ଭଗତ, କୋଷାଧ୍ୟକ୍ଷ ଶୈଳଜା ଶଙ୍କର ସାମଲ, ରାହାସବିହାରୀ ଧଳ, ଭବାନୀଶଙ୍କର ମହାନ୍ତି, ବାବାଜି ଚରଣ ସାମଲ, ଅକ୍ଷୟ କୁମାର ସାହୁ, ପ୍ରଶାନ୍ତ କୁମାର ରାଉତ, ନିରଞ୍ଜନ କର, ପ୍ରଶାନ୍ତ କୁମାର ବାରିକ, ଗୀତିରଞ୍ଜନ ସାହୁ, ଚିତରଞ୍ଜନ ପ୍ରଧାନ, ଶାରଦା ପ୍ରସାଦ ମିଶ୍ର, ରାମଚନ୍ଦ୍ର ରାଉତ, ଆର୍ତତ୍ରାଣ ପାତ୍ର, ତ୍ରିଲୋଚନ ଜେନା, ପ୍ରଦୀପ୍ତ କୁମାର ଦଳାଇ, ପ୍ରକାଶ କୁମାର ଜେନା, ସେକ ଅବଦୁଲ ଜାକିର, ପ୍ରଶାନ୍ତ କୁମାର ନାୟକ, ମନୋରଞ୍ଜନ ରଥ, ହିମାଂଶୁ ସାହୁ ପ୍ରମୁଖ ଏହି ବିକ୍ଷୋଭ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.