Thursday , June 8 2023
Breaking News
Home / ବିଶେଷ / ଏକତରଫା ପ୍ରେମରୁ ଯୁବତୀଙ୍କ ଗଳାକାଟି ହତ୍ୟା ପରେ ଅଭିଯୁକ୍ତ ଯୁବକର ଆତ୍ମହତ୍ୟା ଉଦ୍ୟମ

ଏକତରଫା ପ୍ରେମରୁ ଯୁବତୀଙ୍କ ଗଳାକାଟି ହତ୍ୟା ପରେ ଅଭିଯୁକ୍ତ ଯୁବକର ଆତ୍ମହତ୍ୟା ଉଦ୍ୟମ

ରାୟଗଡ ୦୫/୦୯/୨୦୨୨(ଓଡ଼ିଶା ସମାଚାର)- ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ଟିକିରି ଅଂଚଳ ଉଷାପଡା ନିକଟରେ ନିର୍ମାଣାଧୀନ ଶ୍ରମିକ ଭାବରେ କାମ କରୁଥିବାବେଳେ ଏକ ଅଭାବନୀୟ ଘଟଣା  ଦେଖିବାକୁ ମିଳିଛି  । ଉକ୍ତ ଅଂଚଳ ନିକଟରୁ ରକ୍ତଜୁଡୁ ବୁଡୁ ଅବସ୍ଥାରେ ଦୁଇଜଣଙ୍କ ଶରୀର ଦେଖିବାକୁ ମିଳିଥିଲା  ।ଉକ୍ତ ଦୁଇଜଣ ହେଲେ ମୁଣ୍ଡାଗାଁ ର ପୁରୁଷ ରଶିକ ପ୍ରଧାନ ଓ ସାନମାଟିକଣାର ରିମା ମାଝୀ  । ସୂଚନାଅନୁଯାୟୀ ରସିକ ଓ ରିମାଙ୍କ ପ୍ରେମ ଜନିତ ସମ୍ପର୍କ ଥିଲା, କିନ୍ତୁ ହଠାତ କେଉଁ କାରଣରୁ ଏପରି ଘଟଣା ଘଟିଛି ତାହା ସମସ୍ତଙ୍କୁ ଆଚମ୍ବିତ କରିଦେଇଛି  ।ରସିକଙ୍କ ତିନୋଟି ପିଲାଛୁଆ ବୋଲି ମଧ୍ୟ ଖବର ଆସୁଛି  । ଏହି ଘଟଣା ଘଟିଥିବା ବେଳେ ରିମାମାଝୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ରସିକ ଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରଥମେ ଉତ୍କଳ ମେଡିକାଲ ଓଷାପଡା ରୁ ରାୟଗଡା ସ୍ଥାନାନ୍ତର ହୋଇଛନ୍ତି  ।ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣା ସ୍ଥଳରୁ ଏକ ଧାରୁଆ ଛୁରୀ ସହ ତଦନ୍ତ ଜାରି ରହିଛି  ।

Leave a Reply

Your email address will not be published.