Sunday , May 28 2023
Breaking News
Home / ବିଶେଷ / ‘ ଉତ୍କଳ ଵିକାଶ ପରିଷଦ ‘ ପକ୍ଷରୁ ଗୁରୁପୂଜନ ଉତ୍ସଵ ପାଳନ – ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଧନା

‘ ଉତ୍କଳ ଵିକାଶ ପରିଷଦ ‘ ପକ୍ଷରୁ ଗୁରୁପୂଜନ ଉତ୍ସଵ ପାଳନ – ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଧନା

କଟକ ସଦର ,୦୫ /୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ପୂଜ୍ୟପୂଜାକୁ ସମ୍ମାନ ଜଣାଇ ଗୁରୁ ଶିଷ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ଅଗ୍ରଣୀ ସାମାଜିକ ସଂଗଠନ ‘ ଉତ୍କଳ ଵିକାଶ ପରିଷଦ’ପକ୍ଷରୁ ଆଜି (ସୋମବାର) ପବିତ୍ର ଗୁରୁଦିବସରେ କଟକ ସଦର ଅଞ୍ଚଳର ବିଭିନ୍ନ ସ୍ଥାନରେ ଗୁରୁଦିବସ ପାଳନ କରାଯାଇଛି।ପରିଷଦର ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କନ୍ଦରପୁର,୪୨ ମୈ।ଜାର କଦମ୍ଵେଶ୍ୱରୀ ମନ୍ଦିର, ଆନନ୍ଦ ନୃସିଂହ ଭଵନ,ଈଶାଣି ଵରହମପୁରର ମଙ୍ଗଦେଇପୁର ଓ କିଶନନଗର ଠାରେ ଗୁରୁ ପୂଜନ ସମ୍ବର୍ନ୍ଧନା ପର୍ଵ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଅଧ୍ୟାପକ ଧରଣୀଧର ଜେନା ଙ୍କ ସଂଯୋଜନାରେ କିଶନନଗର ଠାରେ ଆୟୋଜିତ ସଭାରେ ଶିକ୍ଷାବିତ କାଙ୍ଗାଳି ଚରଣ ବେହେରା,ଅଧ୍ୟାପକ ଡଃ କିଶୋର ଚନ୍ଦ୍ର ଦାସ, ସରପଞ୍ଚ ସୁଜାତା ସେଠୀ, ଶିକ୍ଷାବିତ ମହମ୍ମଦ ଅଫସର୍, ଭାବଗ୍ରାହୀ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗୁରୁଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ‘ କଟକ ସଦର ବିଚାର ମଞ୍ଚ’ ସଭାପତି ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା ମୂଖ୍ୟ ଵକ୍ତା ଭାଵେ ଯୋଗଦେଇ ‘ ଶିକ୍ଷକ ଆଉ ରାସ୍ତା ଦୁଇ ଜଣ ଜାକ ଏକାପରି, ନିଜେ ଗୋଟିଏ ଜାଗାରେ ରହି ଅନ୍ୟମାନଙ୍କୁ ସେମାନଙ୍କ ଲକ୍ଷ ସ୍ଥଳରେ ପହଞ୍ଚାଇ ଥାଆନ୍ତି ‘ ବୋଲି ବକ୍ତବ୍ୟରେ କହିଥିଲେ।ଏହି ଅଵସରରେ ଅନେକ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କୁ ପରିଷଦ ପକ୍ଷରୁ ମାନପତ୍ର, ଉପଢୌକନ ଓ ଫୁଲତୋଡ଼ା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସଵ ପରିଚାଳନା ରେ ଅଶୋକ ସାମନ୍ତରାୟ, ବଟକୃଷ୍ଣ ସାହୁ,ମଳୟ ଦାସ, ଯାମିନୀ ମୋହନ ସାହୁ, ଗୋବିନ୍ଦ ସାହୁ, କୃଷ୍ଣ ସାହୁ ପ୍ରମୁଖ ସହାୟତା କରିଥିଲେ। ଶେଷରେ ଶିକ୍ଷାବିତ ହରେନ ମଣ୍ଡଲ ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଶା ସମାଚାର

Leave a Reply

Your email address will not be published.