Wednesday , May 31 2023
Breaking News
Home / ବିଶେଷ / ଆଦର୍ଶ ଗୁରୁ ସମ୍ବର୍ଦ୍ଧନା ଉତ୍ସବ 

ଆଦର୍ଶ ଗୁରୁ ସମ୍ବର୍ଦ୍ଧନା ଉତ୍ସବ 

ଗରଦପୁର, ୦୫/୦୯/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଲୋକନାଥ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପବିତ୍ର ଗୁରୁ ଦିବସ ଉପଲକ୍ଷେ ଆଦର୍ଶ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି । ଓଡ଼ିଶା ପ୍ରଗତି ମଂଚ ଓ ଜିଭିଏଫ ପକ୍ଷରୁ ଅନୁଷ୍ଠିତ ଉତ୍ସବରେ ପ୍ରକୃତି ବନ୍ଧୁ ସନ୍ତୋଷ ଜେନା ଅଧ୍ୟକ୍ଷତା କରିଥିଲେ । ଉତ୍ସବ ପ୍ରାରମ୍ଭରେ ମିନି ସମାଜର ବରିଷ୍ଠ ସନ୍ୟାସୀ ଆଚାର୍ଯ୍ୟ ଅନାମ ମୁନୀ ସର୍ବ ପଲ୍ଲୀ ରାଧା କ୍ରିଷ୍ଣନ୍ ଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ଘ୍ୟ ଦେଇ ଉତ୍ସବର ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ମାନବ ହିତୈଶି ଶେବା ଶ୍ରମ ର ଶିବ ବାବା , ପଣ୍ଡିତ ଦଇତାରୀ ମହାପାତ୍ର ଯୋଗଦେଇ ଗୁରୁ ଦିବସର ମହାତ୍ମ୍ୟ ଓ ଗୁରୁ ଶିଷ୍ୟ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଡ଼ ସୌଭାଗ୍ୟ କୁମାର ପରିଡ଼ା ଯୋଗଦେଇ ଗୁରୁ ପୂଜନ ପରମ୍ପରାକୁ ଉଦଜୀବିତ ରଖିବା ପାଇଁ ପ୍ରଚେଷ୍ଟା ଜାରି ରଖି ଥିବାରୁ ଅନୁଷ୍ଠାନକୁ ପ୍ରସଂଶା କରିଥିଲେ । ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଜିଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର , ବରିଷ୍ଠ ଆଇନଜୀବି ଶିବ ପ୍ରସାଦ ସିଂ , ପ୍ରଫେସର ଡ଼ ନବଘନ ପରିଡ଼ା , ତୁଳସୀ ରାମ ଜଗତ ଓ କେଦାରନାଥ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଗୁରୁ ଦିବସ ର ତାପôଯ୍ୟ ସମ୍ପର୍କରେ ବୁଝାଇଥିଲେ । ଏଥିରେ ୬୦ ଜଣ ଆଦର୍ଶ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଶିକ୍ଷକ ଭଗବାନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.