କେନ୍ଦ୍ରାପଡ଼ା, ୦୪/୦୯/୨୦୨୨(ଓଡ଼ିଶା ସମାଚାର)- ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ସେପ୍ଟେମ୍ବରମାସ ୧୧ତାରିଖ ରବିବାର ସନ୍ଧ୍ୟାରେ ପୈøରସଂସ୍ଥା ଟାଉନହଲ ପରିସରରେ ଓଡିଶା ଉର୍ଦ୍ଧୁ ଏକାଡେମୀ ପକ୍ଷରୁ ସର୍ବ ଭାରତୀୟ ଉର୍ଦ୍ଧୁ ମୁସାୟାରା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ଉତ୍ସବରେ ରାଜ୍ୟ ତଥା ଜାତୀୟ ସ୍ତରର ଉର୍ଦ୍ଧୁ କବିମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଉର୍ଦ୍ଧୁ ଭାଷାର ପ୍ରଚାର ପ୍ରସାର ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଏହି ଉପଲକ୍ଷେ ସ୍ଥାନୀୟ ଉର୍ଦ୍ଧୁ ପାଠାଗାର ପରିସରରେ ଏକ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା ମୁସଲିମ କମିଟିର ମୁଖ୍ୟ ଓହିଦୁଲ ହକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ନଗରପାଳଙ୍କ ପ୍ରତିନିଧି ରଞ୍ଜିତ କୁମାର ସାହୁ, ମହମ୍ମଦ ଅମୀର, ସୟଦ ଅକମଲ ଅଲ୍ଲୀ, ସେକ ଲିୟାକତ ଅଲ୍ଲୀ(ନସ୍ରୁ), ମହମ୍ମଦ ସେକ ଇନାୟତ, ମୁକ୍ତାର ଖାଁ, ସୟଦ ଅବଦୁଲ ସତାର, ଏନାମୁଲ ହକ, ସେକ ଆସଲମ, ସେକ ନସିମୁଦ୍ଧିନ, ସେକ ମେହେବୁବ, ସାବିର ଖାନ, ମହମ୍ମଦ ପାୟାଜ, ସେକ ଜାହାଙ୍ଗିର, ସେକ ସଲାଉଦ୍ଧିନ, ସେକ ଗୋଫ୍ରାନ, ସେକ ଅଜଗର ଅଲ୍ଲୀ, କଲିମ ଖାଁ, ସେକ ମନସୁର, ସେକ ରହେମତ, ମହମ୍ମଦ ମାମୁର, ଅମଜାଦ ଖାନ, ସେକ ବରକାତୁଲ୍ଲା, ମୀର ସଫିକ, ତାଜୁଦ୍ଧିନ ଖାଁ, ରାହିଲ ଖାଁ, ସେକ ଲିୟାକତ ହୁସେନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର