Wednesday , May 31 2023
Breaking News
Home / ବିଶେଷ / ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ

ଭୁବନେଶ୍ୱର,୦୪/୦୯/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଲାଇଫଟାଇମ୍ ଆଚିଭମେଣ୍ଟ ବା ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଛି । କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ୍ ଭି ରମଣା ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ। ବିଭିନ୍ନ କ୍ଷେତ୍ରରେ ଉନ୍ନତିମୂଳକ କାମ କରୁଥିବା ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରୁଥିବା କ୍ୟାପିଟାଲ ଫାଉଣ୍ଡେସନର ପଦକ୍ଷେପକୁ ଭୁରି ଭୁରି ପ୍ରଂଶସା କରିଛନ୍ତି ନବୀନ। ଏହି ଆୱାର୍ଡକୁ ନବୀନ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ।  ମହାପ୍ରଭୁ ଜଗନ୍ନାଥ ଏବଂ ସାଢ଼େ ୪ କୋଟି ଓଡ଼ିଆଙ୍କ ଆର୍ଶୀବାଦ ତାଙ୍କ ଉପରେ ରହିଛି । ଏହା ତାଙ୍କୁ କାମ କରିବା ପାଇଁ ପ୍ରେରଣା ଦେଉଛି । ଦୀର୍ଘ ୨୨ ବର୍ଷ ଧରି ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ, ମିଶନ ଶକ୍ତିରେ ମହିଳାଙ୍କ ସଶକ୍ତିକରଣକୁ ନେଇ ମୁଁ ଗର୍ବିତ । ରାଜ୍ୟକୁ ୪ ଥର କୃଷି କର୍ମଣ ପୁରସ୍କାର ମିଳିଛି । ଚାଷୀଙ୍କ ଆୟକୁ ଦୁଇଗୁଣ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଶିଳ୍ପ ଓ ଆଲୁମିନିୟମ ନିର୍ମାଣରେ ଓଡ଼ିଶା ଆଗୁଆ । ଏଭଳି ଭାବେ ତାଙ୍କ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ ।

Leave a Reply

Your email address will not be published.